ଅଇଲେ ମା ସରସ୍ଵତୀ
ଅଇଲେ ମା ସରସ୍ଵତୀ
ଅଇଲେ ମା ' ସରସ୍ଵତୀ ନିର୍ମଳ ବର୍ଣେ
ଗଳା ରେ ଗଜ ମୋତି କୁଣ୍ଡଳ କର୍ଣ୍ଣେ ।
ଶ୍ଵେତ ପଦ୍ମ।ସନୀ ଦେବୀ ମରାଳ ବାହିନୀ
ବୀଣା ଓ ପୁସ୍ତକ କୁ ସେ କରେ ଘେନି ।
ଶୁଦ୍ଧ ସ୍ଫଟିକ ସଙ୍କାସ , ଶୁଦ୍ଧ ଶୁଭ୍ର ବାସ
ଜ୍ୟୋତିର୍ମୟୀ ନମୋ ଦେବୀ ହୋଇ ଶୁଭ୍ର ବେଶ ।
ବିଦ୍ୟା ଦାତ୍ରୀ ତୁହି ମାତ ବିଦ୍ୟା ପ୍ରଦାୟିନି
ବିଦ୍ୟା , ବୁଦ୍ଧି , ଜ୍ଞାନ , ଧୃତି ବର୍ଦ୍ଧନ କାରିଣୀ ।
କୌଶଳ, ଦକ୍ଷତା , କୃତୀ ପ୍ରତିଦ୍ବନ୍ଦିତାରେ
ଜିଣଇ ମଣିଷ ତୁହି ସୁଦୟା କରିଲେ ।
ନମୋ ନମଃ ନମସ୍ତେ ଗୋ ମାତା ସରସ୍ୱତୀ
ବୀଣା ପାଣି ମହା ଶ୍ଵେତ। ନମୋ ମା ଭାରତୀ ।
ଶ୍ୱେତପଦ୍ମାସନି ମାତ ଗୋ ପଦ୍ମ ଲାଞ୍ଚନୀ
ତୁମ୍ଭ ସେବା କରି ମୁର୍ଖ ହୁଏ ମହା ଜ୍ଞାନୀ ।
ନମୋ ନମଃ ଶୁକ୍ଲ।ମ୍ବର। , ବାଗୀଶା , ଶାରଦା
ଶ୍ଵେତ ବସ୍ତ୍ରା ନମୋ ନମଃ ଗୋ ମାତା ବରଦା ।
ମହାବ୍ର।ହ୍ମୀ ନମୋ ନମଃ ମହା ବାଗିଶ୍ୱରି
ସର୍ବ , ମନ୍ତ୍ର , ସ୍ୱର , ସଙ୍ଗୀତ ସଞ୍ଜ।ତ କାରୀ ।
ନମୋ ନମଃ ନମସ୍ତେ ଗୋ ମାତା ସରସ୍ୱତୀ
ହଂସା ରୁଢ଼ା , ବୀଣା ବାଦିନୀ ଗୋ ମା' ଭାରତୀ ।
ଶୃତ ଦେବୀ , ସନlତନି , ନମସ୍ତେ ଶାରଦା
ବାଗଦେବୀ ହଂସ ବାହିନୀ , ଗୋ ପଦ୍ମ ଲାଞ୍ଚନା ।
ପ୍ରସନ୍ନ ବଦନୀ ଚାରୁ ଉଜ୍ଜ୍ବଳ ପ୍ରକାଶ
ସଂଚାରୀ ଦୂରେଇ ଥାଅ ଦୁଃଖ, ଶୋକ , ପ୍ରାସ ।
ନମୋ ନମଃ ନମସ୍ତେ ଗୋ ନମାମି ଗୋ ମାତ
ଆହ୍ଲାଦ ଦେଉ ତୁ ବିଶ୍ୱେ ହେଇ ସୁପ୍ରକାଶ ।
