STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଦେଶ ପ୍ରେମ

ଦେଶ ପ୍ରେମ

1 min
261


ଯେଉଁ ଦେଶରେ ଯେ ଗଙ୍ଗୋତ୍ରୀ ବହଇ 

         ଗୀତା ବାଣୀ ଶୁଭେ ନିତି

ଆମେ ଭାରତୀୟ ଭାଇ ଭାଇ ଜ୍ଞାନେ

          ବିତାଉଛୁ ଦିବା ରାତି।


ବିଭିନ୍ନତା ମଧ୍ୟେ ଏକତା ରହିଛି

          ସ୍ନେହ ଶ୍ରଦ୍ଧା ପ୍ରୀତି ବୁଣି

ଅରାତି ଧମକେ ଜବାବ ଦେଉଛୁ

           ଦେଶବାସୀ ଜାଣି ଜାଣି।


ଆମରି ବାପୁଜୀ ଅହିଂସାର ମନ୍ତ୍ରେ

          ଦେଶ କରିଲେ ସ୍ଵାଧୀନ

ବିନା ରକ୍ତପାତ ଆମ ଆନ୍ଦୋଳନ

           ଫିରିଙ୍ଗି ହେଲା ମଉନ।


କେତେ କେତେ ବୀର ସହୀଦ ହୋଇଲେ

          ଆମ ସ୍ୱାଧୀନତା ପାଇଁ

ରହିଅଛି ଟେକ ମୋ ଦେଶ ମାଆ ର

         ଅମର କୀର୍ତ୍ତି ବୋଲାଇ।


ଜାତୀୟ ଦିବସେ ମନେ ପଡ଼ୁଛନ୍ତି

           ଦିବଂଗତ ଆତ୍ମା ମାନ

ତାଙ୍କରି ଆଦର୍ଶେ ବଞ୍ଚୁ ସର୍ବେ ଏଠି

           ସେ ପାଇଁ ଦେଶ ମହାନ।


ସାରା ଜଗତରେ ପ୍ରସାର କରୁଛୁ

           ଶାନ୍ତି ଅହିଂସାର ବାର୍ତ୍ତା

ବିଶ୍ଵ ଗୁରୁ ଭାବେ ମାନ୍ୟତା ଲଭିଛୁ

           ନାରାୟଣ ଆମ କର୍ତ୍ତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action