Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Classics

4  

Satyanarayan Sahoo

Abstract Action Classics

ଏ ପୂଣ୍ୟ ଭାରତ ଭୂଇଁ

ଏ ପୂଣ୍ୟ ଭାରତ ଭୂଇଁ

1 min
281



ଏ ପୂଣ୍ୟ ଭାରତ ଭୂଇଁ ସାରା ଜଗତ ରେ

ଯାହାର ତୁଳନା ନାହିଁ

ଦିବ୍ୟ ଭାବ ଧାରା ଚିନ୍ତା , ତାପ ହରା

ନୈସର୍ଗିକ ଦିବ୍ୟ ଭୂମି  ।


ଠ।ବେ ଠ।ବେ ଭରା ପୁଣ୍ୟ ଦେବାଳୟ

ପୁଣ୍ୟ ମୟ ପୀଠ ସ୍ଥଳୀ

ବହୁ ଦେବା ଦେବୀ ବହୁ ତୀର୍ଥ କ୍ଷେତ୍ର

ଅଙ୍କ ରେ ଅଛି ଯେ ଧରି ।


କେତେ ଜ୍ଞାନୀ ବିଜ୍ଞ , ଯଶସ୍କର ଜନ

ଏହାରି କୋଳେ ଜନମି

ତ୍ୟାଗ , ମହାନତା ଅତୁଳ ଦିବ୍ୟତା

ଘେନି ଆପଣା କରଣୀ ।


ରଚି ବହୁ କୃତୀ , ସୁତୁଙ୍ଗ କିରତୀ

ଭାରେ ଭରି ଏ ଭାରତ

ଆପଣା ମହତ୍ୱ ପ୍ରକାଶି ଓ ଉତ୍କର୍ଷ

ସାଧନେ ରେ କୃତକୃତ୍ୟ ।


ପ୍ରାକୃତିକ ଶୋଭା ବିଭା ମନ ଲୋଭ।

ଭଣ୍ଡାର ସମୃଦ୍ଧ ଭୂମି

ତୁଙ୍ଗ ହିମାଳୟ ମୁକୁଟ ସଦୃଶ୍ୟ

ଶୋଭଇ ଗଗନ ଚୂମୀ ।


ନଦ , ନଦୀ ବନ , କେଦାର ସୁଷମା

ସମ୍ଭାର ଭାର ରୁଚିର

ପୂଣ୍ୟତୋୟା ଗଙ୍ଗା ଗଦାବରୀ ସଙ୍ଗେ

ପ୍ରବାହିତ ବକ୍ଷେ ଯାର ।


ଅରଣ୍ୟ , କାନ୍ତ।ର କେଡେ ଚମତ୍କାର

ପ୍ରାକୃତିକ ସୌନ୍ଦର୍ଯ୍ୟ ରେ

 ଅବସ୍ଥିତ ଏହି ପରିବେଶ ଶାନ୍ତ

ସ୍ନିଗ୍ଧ ଧାର ଚିର ଝରେ ।


ମନଲୋଭା ଦୃଶ୍ୟ ଲୀଳା ନୃତ୍ୟ ପୂର୍ଣ୍ଣ

 ସମୃଦ୍ଧି ରେ ଅତୁଳନ

ଏହି ପୂଣ୍ୟ ଭୂମି ଭାରତ ମାତାଙ୍କ

ଆମ୍ଭେ ସଭିଏଁ ସନ୍ତାନ ।



Rate this content
Log in

Similar oriya poem from Abstract