STORYMIRROR

Sudeshna Pradhan

Fantasy Inspirational Thriller

4  

Sudeshna Pradhan

Fantasy Inspirational Thriller

ଟଙ୍କା

ଟଙ୍କା

1 min
292

ଧନର ଆଶା ରଖନ୍ତି ସଭିଏଁ,                     

        ଧନ ପାଇଁ ଯେତେ ଚିନ୍ତା,

ଦେଶ ବିଦେଶରେ ବିଭିନ୍ନ ରୂପ ତା'    

                   ଭାରତ ଦେଶେ ସେ ଟଙ୍କା ।


ଟଙ୍କା ହିଁ ଅଟେ ବଳବାନ ଆଜି,                  

         ଯାହା ପାଶେ ଟଙ୍କା ଥାଏ,

ଉଚ୍ଚ ଆସନ ଓ ଉଚ୍ଚ ସମ୍ମାନେ ,                            ଖୁସିରେ ତା ଦିନ ଯାଏ ।


ଟଙ୍କା ପାଇଁ ସୃଷ୍ଟି ହେବେ କର୍ମଜୀବି,                       

    କରିବେ ବିଭିନ୍ନ କର୍ମ,

ଉଣା ଓ ଅଧିକ ପାଇବେ ସମସ୍ତେ,    

                       ମୂଲ୍ୟାୟନ କରି ଶ୍ରମ ।


ଟଙ୍କା ଥିଲେ ବ୍ୟକ୍ତି ବୋଲାଏ ଯେ ଧନୀ,       

                 ନିର୍ଦ୍ଧନ ଯେ ଟଙ୍କାଶୂନ୍ୟ,

ଟଙ୍କା ହିଁ ଯେ କରେ ଅଭାବକୁ ଦୂର,          

                 ବଢିଛି ଟଙ୍କାର ମାନ ।


ଆଜିର ଯୁଗ ଯେ ବଦଳି ଯାଇଛି,            

             ଟଙ୍କା ମୋହେ ଅନ୍ଧ ହୋଇ,

ଆଖିଥିଲେ ମଧ୍ୟ ମନୁଷ୍ୟତ୍ୱ ଭୁଲି,       

                     କୁକର୍ମ ନର କରଇ ।


ଟଙ୍କାର ମୂଲ୍ୟ ବୃଦ୍ଧି ହୋଇଥାଏ,    

                    ସୁବିନିଯୋଗ ହୋଇଲେ,

ନାଶହୁଏ ଟଙ୍କା, କୁକର୍ମେ ଲାଗିଲେ,       

                 ହତଭାଗା ହାତେ ଦେଲେ ।


ଟଙ୍କା ରୂପୀ ଧନ ଲକ୍ଷ୍ମୀ ସମାନ,            

             ମିତବ୍ୟୟୀ ପାଶେ ଥିଲେ,

କୁବିନିଯୋଗରେ ଦଣ୍ଡ ଭୋଗେ ନର,           

            ଲକ୍ଷ୍ମୀ ତାକୁ ଛାଡ଼ିଗଲେ ।


ଅହଂକାର ବଶ ଭାବଇ ମନୁଷ୍ୟ,                 

         ଟଙ୍କା କରେ ସବୁକିଛି,

ଭୁଲିଯାଇଥାଏ ଭଲ କିଛି କରିବାରୁ        

                    ସେ ଟଙ୍କା ପାଇଛି ।


ଟଙ୍କା ବଳେ ଗର୍ବୀ, ଭାବୁଥାଏ ସିନା,         

             ଟଙ୍କାଠୁ ବଡ଼ କେ ନାହିଁ,

ଟଙ୍କାଥିଲେ ସେ ଜଗତ,ଜାଗତ,        

                   ସବୁ କିଣି ସେ ପାରଇ ।


ଭୁଲିଯାଏ ପୁଣି ଟଙ୍କା ସୃଷ୍ଟି କର୍ତ୍ତା,      

                      ଟଙ୍କାଠାରୁ ଅଟେ ବଡ଼,

ଟଙ୍କା ଦେଇ ସିନା ବସ୍ତୁ କିଣିହୁଏ,                         

   ନୁହେଁ ଜମା ସହୋଦର ।


ଟଙ୍କା ଦେଇ ସିନା, ଘର କିଣିହୁଏ,                  

         ନୁହେଁ ଜମାପରିବାର, 

  ଟଙ୍କା ଦେଇସିନା ଚାକିରୀ କିଣିବ,                 

          ନୁହେଁ ମନ ଚାକରର ।


ଟଙ୍କା ଦେଇ କେବେ କିଣିପାରିବନି,                 

      ସ୍ନେହ, ପ୍ରେମ, ବାପାମାଆ,

ସୁକର୍ମ ବିଚାରେ, ସୁବ୍ୟବହାରରେ      

                      ନିଶ୍ଚେ ମିଳଇ ଟଙ୍କା ।


ଟଙ୍କା ନୁହେଁ ବଡ଼, ବନ୍ଧୁ ପରିଜନ,           

                 ରଖ ହେ ମହତ ମାନ,

ସତ ପଥେ ଚାଲି, ସୁକର୍ମ କରିଣ,                  

         କରହେ ଟଙ୍କା ଅର୍ଜନ ।


ଆଜିକିନ୍ତୁ ଭୁଲି ଯାଇଛି ମାନବ,           

                ଟଙ୍କାପାଇଁ କରେ ପାପ,

ଲୋଭ, ମଦ, ହତ୍ୟା କୁକର୍ମେ ମଜ୍ଜିଣ,           

              ଲୋଡୁଅଛି ଅଭିଶାପ ।


ସୁନ୍ଦର ସଂସାର ଗଢିଛି ବିଧାତା,               

            କର୍ମ, ଧନ, ମାନ ଦେଇ,

କର୍ମ ଦ୍ୱାରା ମାନ ବୃଦ୍ଧି ହେଲେ ଯାଇ,      

                  ଶେଷରେ ଧନ ମିଳଇ |


Rate this content
Log in

Similar oriya poem from Fantasy