STORYMIRROR

Prafulla Chandra Mishra

Thriller

4  

Prafulla Chandra Mishra

Thriller

ବାଙ୍କ ଚୂଡା ବେଶ

ବାଙ୍କ ଚୂଡା ବେଶ

1 min
261


ଅକୃର ଗୋପକୁ ଆସିଲା ହୋଇ କଂସ ଡଗର

ଦାଣ୍ଡରେ ଦେଖିଲା ଶ୍ରୀକୃଷ୍ଣ ରୂପ କେଡେ ସୁନ୍ଦର

ବାଙ୍କଚୂଡ଼ା ବେଶ ହୋଇ

ବଳରାମ ସଙ୍ଗେ ବୁଲନ୍ତି ମୋଦେ ବଇଁଶୀ ବାଇ ।।


ଚୂର୍ଣ୍ଣ କୁନ୍ତଳରେ ଶୋଭିତ ଖୋସା ମୟୂର ପୁଛ

ସୁବର୍ଣ୍ଣ କେତକୀ କଳୀ ରେ ହୋଇଅଛି ମଣ୍ଡିତ

ସେହି ବାଙ୍କଚୂଡ଼ା ବେଶ

ଦେଖିଣ ଅକୃର ବିମୁଗ୍ଧେ ନାଚେ ହୋଇ ହରଷ ।।


ସେହି ଦିନୁ ଏହି ବେଶକୁ ମନୁ ଭୁଲଇ ନାହିଁ

ଆହାକି ସୁନ୍ଦର ସେ ରୂପ ତିନି ଭୂବନେ କାହିଁ

କୋଟି କାମ ନୁହେଁ ସରି

ଅନିନ୍ଦ୍ୟ ଅପୂର୍ବ ସେ ରୂପ ମନୁ ନୁହେଁ ପାସୋରି ।।


କାର୍ତ୍ତିକ ଦ୍ଵାଦଶୀ ତିଥିରେ ଜଗନ୍ନାଥ ସେ ରୂପେ

ବିଜୟ କରନ୍ତି ଶ୍ରୀକ୍ଷେତ୍ରେ ରତ୍ନ ସିଂହାସନରେ

ଆସି ତିନିଲୋକ ଲୋକ

ଦରଶନେ ମୁକ୍ତି ଲଭନ୍ତି ପାପ କରିଣ ଧୌତ ।।


ପାଟ ପିତାମ୍ଵରୀ ଦେହରେ କର୍ଣ୍ଣେ ଶୋହେ କୁଣ୍ଡଳ

ଶଂଖ ଚକ୍ର ହସ୍ତେ ଶ୍ରୀହରି ଆହା କେଡେ ସୁନ୍ଦର 

ସୁବର୍ଣ୍ଣ ର ପଦ୍ମ ପାଦ

ଜଗନ୍ନାଥ ଙ୍କର ଅନନ୍ୟ ବାଙ୍କଚୂଡ଼ା ୟେ ରୂପ ।।


ଲୋକ କଥା କୃଷ୍ଣ ଅକୃର ଗୋପ,”ଯୁଗ ଦ୍ଵାପର”

ବାଳକ ବେଳର ବେଶକୁ ଧରି ଶ୍ରୀ ନୀଳାଚଳ

ଧାମରେ ଲାଗିଛି ଲୀଳା

ଏ ରୂପ ଝଲକ ଦିଶଇ କଳା ମେଘେ ଚପଳା ।।


କୋଟି ଜନ୍ମ ପାପ ନାଶିବା ପାଇଁ କଳା ଗୋସାଇଁ

କାର୍ତ୍ତିକ ଶୁକଳ ଦ୍ଵାଦଶୀ ଦିନ ଏ ବେଶ ହୋଇ

ଦେଉଛନ୍ତି ଦରଶନ

ମନୁ ତେଜି ମାୟା ମୋହ ତୁ ବାରେ କର ଦର୍ଶନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller