STORYMIRROR

CHINMAYEE PRADHAN

Abstract Drama Thriller

4  

CHINMAYEE PRADHAN

Abstract Drama Thriller

ନୀରିହ ଚାହାଣି

ନୀରିହ ଚାହାଣି

1 min
331

ପାରୁନାହିଁ ଭୁଲି ନିରୀହ ଚାହାଣି

   ଯେତେ ଚାହିଁଲେ ବି ମନ,

 ନୟନରେ ଲୁହ ଥିଲା ଛଳଛଳ

   ଓଠ ଧାରେ ହସ ପୂର୍ଣ୍ଣ।


ହସ ଓ ଲୁହର ଅଦ୍ଭୁତ ମିଶ୍ରଣ

   ଦେଖିଥିଲା ମୋର ଆଖି,

ଓଢ଼ଣା ଫାଙ୍କରେ ପୂର୍ଣ୍ଣିମାର ଜହ୍ନ

   ମେଘ ଦେଇଥିଲା ଢାଙ୍କି।


ଏଇ କେଇଦିନ ହେବ ବାହାଘର

   ଚିହ୍ନା ଜଣା ପରସ୍ପର,

ମିଳନର ମଧୁ ଚାଖୁ ଚାଖୁ ପୁଣି

   ପରିସ୍ଥିତି କରେ ଦୂର।


ହାତରୁ ଲିଭିନି ମେହେନ୍ଦିର ଦାଗ

   ପାଦରୁ ଅଳତା ଗାର,

ଗୃହରେ ଗହଳି ବନ୍ଧୁବାନ୍ଧବଙ୍କ

   ହେଲେ ପ୍ରିୟ ହୁଏ ଦୂର।


ମନ ତ ମିଶିଛି ଅଧା ଅଧା ଆମ

   କିଛି ରହିଅଛି ବାକି,

ଅଧା ରଖି ସ୍ବପ୍ନ ପ୍ରିୟ ହୁଏ ଦୂର

  କୁଳଦୀପ ଅଛି ସାକ୍ଷୀ।


କେଡେ ନିଷ୍ଠୁର ସେ ବିଧାତା ଯେ ସତେ

   ସାଜିଲା କାହିଁକି ଦାଉ,

ବିରହର ବିଷ ଭରିଦେଲା ଆଣି

   ଛଡେଇ ମିଳନ ମହୁ।


ଆଖିରୁ ଦୂରେଇ ସୁଖର ସପନ

   ଦୁଃଖ ଦରିଆରେ ଆଜି,

ବିରହ ନିଆଁରେ ଜଳି ଜଳି ଜିଏଁ

   ପ୍ରିୟା ମୋ ଶବଟେ ସାଜି।


 ନିରୀହ ଚାହାଣି ବଖାଣେ କାହାଣୀ

     ହୃଦୟେ ଯନ୍ତ୍ରଣା କେତେ,

ଚାହିଁଛି ତା ଆଖି ଫେରିବ ତା ସାଥୀ

     ମିଳନ ହୋଇବ ସତେ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract