STORYMIRROR

Ranjit Sahu

Action Inspirational Thriller

4  

Ranjit Sahu

Action Inspirational Thriller

ହିରୋ

ହିରୋ

1 min
365

ସୁଡୋଳ ଶରୀର ରୂପ ମନୋହର,

ଅଭିନୟର ସାଜଇ ସାଧକ,

ରୂପେଲି ପରଦା ନାଚ ଗୀତ ଭରା,

ତହିଁରେ ସାଜଇ ଯିଏ ନାୟକ,

ଯାହାର ମନକୁ ଚୋରାଏ ନାୟିକା,

ଦିଏ ଆହ୍ଵାନ ତାକୁ ଖଳନାୟକ,

ତା ବିନା ହୁଏନି ଚଳଚିତ୍ରଟିଏ;

ମନୋରଞ୍ଜନ, ଆମୋଦ ଦାୟକ I 

ତଥାପି କାହିଁକି ପ୍ରକୃତ ସଂସାରେ,

ତାହାର ଗୁରୁତ୍ଵ ନଥାଏ କିଛି,

କିଏ ସତେ ଏଠି ତାହାର ନକଲ,

କରି ସମାଜକୁ କିଛି ଦେଇଛି?

କାହାଣୀର ପାତ୍ର କାହାଣୀର ମାତ୍ର,

ଜୀବନେ କି କେବେ ସତ ହୋଇଛି?

ଦେଶ ଲାଗି ଯିଏ ଜୀବନକୁ ଦିଏ,

ତା' ଠାରୁ ବଡ଼ କିଏ ହିରୋ ଅଛି?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action