STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ଏକ  ହିଁ ଈଶ୍ୱର

ଏକ  ହିଁ ଈଶ୍ୱର

1 min
286


ହେ ଈଶ୍ୱର ତୁମେ ସଭିଙ୍କର

ଏକମନ ପ୍ରାଣ ସତ୍ତା ସଚରାଚର।

କିଏ କହେ ଆଲ୍ଲା କିଏ କହେ ଯୀଶୁ

କିଏ କହେ ଜଗନ୍ନାଥ କିଏ କହେ ଶମ୍ଭୁ।

ଅବତାରେ ଅବତରୀ ବିଶ୍ୱ ବ୍ରହ୍ମାଣ୍ଡରେ

ଏକହିଁ ଈଶ୍ୱରୀୟ ଶକ୍ତି ଏ ସୃଷ୍ଟିରେ।

ସ୍ରଷ୍ଟା ଜଣେ, ଏକମାତ୍ର ସେ ଈଶ୍ୱର

ଭଜିଲେ ଲଭିବା ଶାନ୍ତି ପବିତ୍ରତା ଅପାର।

ଅନେକରେ ଏକ ତୁମେ ସୃଷ୍ଟିକର୍ତ୍ତା

କିଏ କେଉଁ ନାମେ ଡାକେ ରକ୍ଷାକର୍ତ୍ତା।

ଲକ୍ଷ୍ୟ ଏକ ପନ୍ଥା ଅନେକ ଏ ବିଶ୍ୱ ଯାକ

ଏକରେ ଅନେକ, ଅନେକରେ ଏକ ରକ୍ଷକ।

ସର୍ବଶକ୍ତିମାନ ଏ ବିଶ୍ୱଭୁବନ ସ୍ରଷ୍ଟା

ସବୁରି ଭିତରେ, ଏକମାତ୍ର ତୁମେ ଦିବ୍ୟଦ୍ରଷ୍ଟା।

ଏକ ହିଁ ଗୋଲକ ଏକ ହିଁ ରକ୍ଷକ ଈଶ୍ୱର

ଯିଏ ଯେଉଁ ନାମେ ଡାକୁ ଏକହିଁ ବିଚାର।

ହେ ଈଶ୍ୱର ତୁମେ କୃପା ପାରାବାର

 ଅଖିଳ ବ୍ରହ୍ମାଣ୍ଡ ପତି ସୃଷ୍ଟି ରକ୍ଷାକର।

ଅଦୃଶ୍ୟ ଶକ୍ତି ନିହିତ ତୁମ୍ଭଠାରେ ପ୍ରଭୁ

ତୁମେ ସ୍ୱୟଂ ଆଦିତ୍ୟ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଶମ୍ଭୁ।

ହେ ଈଶ୍ୱର କରୁଣାକର ଅନେକରେ ତୁମେ ଏକ

ସବୁ ଧର୍ମର ମୂଳମନ୍ତ୍ର ଏକତା ସୂତ୍ରଧର ଏକକ।

ହେ ଇଶ୍ୱର ପର୍ଯ୍ୟବେକ୍ଷକ ସର୍ବନିୟନ୍ତା ପ୍ରଭୁ

ତୁମେ ଏକ ହିଁ ଈଶ୍ୱର ସୃଷ୍ଟି ସାଗର ବିଭୁ।

ଏକହିଁ ଈଶ୍ୱର ନାମ ସିନା ସହସ୍ର ପ୍ରକାର

ସୃଷ୍ଟି ନିୟନ୍ତ୍ରଣ କରୁଛ ଅପାର ପ୍ରଣାମ କରେ ପୟର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract