ସ୍ୱାଧୀନତା
ସ୍ୱାଧୀନତା
ଦୁନିଆରେ ଯେତେ ଜୀବ
ସଭିଙ୍କୁ ଲୋଡ଼ା ସ୍ୱାଧୀନତା
ଖାଇବା ବୁଲିବା ରହିବା
ଶୋଇବା ନିଜ ଇଚ୍ଛାରେ
ମଣିଷ ହେଉକି ପଶୁ ପକ୍ଷୀ
ସଭିଙ୍କ ଅଛି ସ୍ୱାଧୀନତା ।
ବଣ ଜଙ୍ଗଲରେ
ପଥର କୋରଡ଼େ
ରହୁଛନ୍ତି ପଶୁମାନେ
ଗଛ କୋରଡ଼ରେ
ବସା କରନ୍ତି ପକ୍ଷୀଏଁ
ବିଚାରନ୍ତି ସ୍ୱାଧୀନରେ ।
କେତେ ଝଡ ଝଞ୍ଜା
କେତେ ବର୍ଷା ବାତ୍ୟା
ସହନ୍ତି ସେମାନେ ସେଠି
ହେଲେ ବି ସେମାନେ
ଭଲ ଖାଇ ଘରେ ରହି
ପିଞ୍ଜରାକୁ ନ ପଶନ୍ତି ।
ସ୍ୱାଧୀନ ଆହାର
ସ୍ୱାଧୀନ ବିଚାର
ସ୍ୱାଧୀନେ ରହିବା
ଇଚ୍ଛା ଥାଏ ସମସ୍ତଙ୍କ
ସେଥିପାଇଁ ମଣିଷ
ବଞ୍ଚେ ନିଜ ଇଚ୍ଛାରେ
ନିଜ ଶାସନରେ ଦେଶ ।
ଇଂରେଜ ଶାସନୁ
ମୁକୁଳାଇ ଦେଶ
ମୁକ୍ତ ହୋଇଲା ଭାରତ
ଗୋରା ଶାସନରୁ
ମୁକତି ଲଭିଲା
ମିଳିଗଲା ସ୍ୱାଧୀନତା ।
ସେହି ଦିନ ଠାରୁ
ଆମେରେ ଶାସକ
ଆମରି ଭାରତ ଭୂଇଁ
ଦେଶର ଶାସନ
ଆମରି ହାତରେ
ନାମକୁ ରହିଛି ଏଠି ।
ଆମ ଭାଇ ବନ୍ଧୁ
ସାଜନ୍ତି ନେତାଟେ
ଆମରି ଶାସନ ପାଇଁ
ଆମ ମତାଦନେ
ଶାସକ ହୋଇଲେ
ଆମକୁ ଶାସନ କରନ୍ତି ।
ଆମର ଦେଶଟା
ହୋଇଛି ସ୍ୱାଧୀନ
ପରାଧୀନ ଲାଗୁଅଛି
ସ୍ୱାଧୀନ ଭାବରେ
ମତ ବ୍ୟକ୍ତ କଲେ
ନଥିବ କୌଣସି ଡର
ତାକୁ କହିବ ସ୍ୱାଧୀନତା ।
