STORYMIRROR

Kabiratna Nutan Kumar Behera

Tragedy Inspirational Thriller

4  

Kabiratna Nutan Kumar Behera

Tragedy Inspirational Thriller

ମନ ମରୀଚିକା

ମନ ମରୀଚିକା

1 min
373


ମନ ମରୀଚିକା ଭ୍ରମେ ଏକା ଏକା

ଆବେଗର ପ୍ରବଣତାରେ

ଧାଏଁ ସିନା ବେଗେ ଆଗକୁ ଆଗକୁ 

ବିବଶ ହୋଇ ପଡ଼େ ଖାଇଲେ ଧୋକା

ନବୁଝି ସେ କିଛି ବେଳେବେଳେ

ଅଶୁଭ ମୁହୂର୍ତ୍ତର ଦୁଃର୍ଯୋଗକୁ

ଭାବି ନେଇଥାଏ ଗୋଟେ ମଉକା

ମନ ମରୀଚିକା......।

ପରଖି ପାରେନା ମିଛ ମାୟାର ଭେଳିକି

ପାଇବାକୁ ଉଭା ଅବା ପୋତା

ଛକି ବସେ ଅନ୍ଧାରକୁ ମାରି ଟେକା

ସବୁ ରାସ୍ତା ପରି ଜୀବନ ରାସ୍ତା ବି

କେଉଁଠି ସିଧା ତ କେଉଁଠି ଅଙ୍କାବଙ୍କା

ମରୀଚିକା କରି ଛଲମଲ

ଆକର୍ଷି ନିଏ ଅବୁଝା ମୁଢ଼ ମନକୁ 

ଭାବିନିଏ ସେ ବାଜିମାତ୍ କରିବ

ମାରି ଚଉକା ଛକା

ମନ ମରୀଚିକା......।

ମୁକୁତା ଯେ ଦୁଷ୍ପ୍ରାପ୍ୟ ଦୁର୍ଲଭ

ମିଳିଥାଏ ବହୁ କଷ୍ଟର ଉଦ୍ୟମେ

କୋଟିଏରୁ ଗୋଟିଏ

ସମୁଦ୍ର ମନ୍ଥି ଗୋଟାଇଲେ ଶାମୁକା

ବିନା ଶ୍ରମ ସାଧନାରେ ନାହିଁ ସିଦ୍ଧି

କୁହୁଡ଼ିରେ ପହଁରି ଖୋଜିଲେ ମାଛ

କାହୁଁ ବା ପାଇବ କିଏ

ନିଜ ପାଶେ ନିଜେ ହୁଏ ବୋକା

ମନ ମରୀଚିକା......।

ଆଖି ଯାହା ଦେଖେ ସବୁ ନୁହେଁ ସତ

ବିବେକ ବୁଦ୍ଧିର ବିଚାର ଲୋଡ଼ା

ମନ ଗଢି଼ ପାରେ ସାତ ମହଲା କୋଠା

ଆଙ୍କି ପାରେ ଇନ୍ଦ୍ର ଭୁବନ

ବାଲିଘରଟିଏ ବି ତିଆରି କରିବା ଲାଗି

ବାସ୍ତବରେ ଦରକାର କିଛି ମେହନତି

ଏତିକି ବୁଝିବା ଉଚିତ ନିଶ୍ଚୟ

ଜୀବନର ବାବନ ପତା ତାସ୍ ଭିତରେ

ଗୋଟେ ମାତ୍ର ଲାଲ୍ ପାନ ଟୀକା

ମନ ମରୀଚିକା...।।

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy