STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ଉପତ୍ୟକାର ମଣିଷ

ଉପତ୍ୟକାର ମଣିଷ

1 min
309


କହିପାର ଆଦିବାସୀ କହିପାର ବନବାସୀ

ନିର୍ଭିକ ତା ହୃଦୟ ଓ ମନ

ଡରିନାହିଁ ଜୀବନରେ ଗତାନୁଗତିକ ସବୁ

ସଜାଡି ରଖେ ସେ ତୀର ମୁନ

ବାଘ ଭାଲୁ ହାତୀ ଉପଦ୍ରବେ ହାରି ନଯାଇ

ଶିଖିଛି ଜିଇଁବାକୁ ଧରି ଜୀବନ

ଶ୍ରମ ତାର ସାର୍ଥକତା ଦୃଢ଼ତା ଓ ଧର୍ଯ୍ୟ ତାକୁ

କରିଛି ଅତୀବ ଆତ୍ମ ସଚେତନ

ନିଶୁଳ୍କ ତା ଉପସ୍ଥିତି ଆଉ ଅବସ୍ଥିତି ଭିତରେ

ଜୀବନ ସମ୍ବେଦନ ଶୂନ୍ୟ ମନ

ମାଣ୍ଡିଆ ଖାଇ ସୁସ୍ଥ ନିରୋଗ ରହି ତା ଭିତରେ

ନାହିଁ ସନ୍ଦେହ ଓ ଅଭିମାନ

ସେ ଭୂଖଣ୍ଡର ଆଦିବାସୀ ବାଳିକା ନିର୍ଜ୍ଜନେ

ସ୍ୱାବଲମ୍ବୀ ନିର୍ଭିକ ଜୀବନ

ମୁଣ୍ଡେ କାଠ ଗୋଛା ପଣତେ ଜଙ୍ଗଲୀ କୋଳି

ମିଠା ମିଠା ତା ହୃଦୟ ମନ

ଗୁରେଇ ଫୁଲ ଖୋସି କରିଛି ଜୁଡ଼ା ସଜଡା

ଲୁଣ ଟୋପେ ରେ ତା ସଂସାର ଚଳନ

ସ୍ୱାସ୍ଥ୍ୟବତୀ ସେ କେମିତି ଶ୍ରମ କରି ଜାଣେ ନିତି

ସୁନ୍ଦର ତା ମନ ଯେପରି ସେ ଉପବନ

ସବୁ ଅସମତଳତାକୁ ସମତଳ କରିବାରେ

ଆଦିବାସୀ ମଣିଷର ଜୀବନ ଦହନ

ବଣ ମୂଳକରେ ରହି ବନଫୁଲେ ଖେଳିଥାଇ

ବନ୍ୟଜାତ ତାର ସଂସ୍କୃତି ଉପାଦାନ

ସରଳ ପୁରୁଷ ନାରୀ ଅଟନ୍ତି ସ୍ୱାଭିମାନୀ

ନିଜ ବାହୁବଳେ ବାହୁବଳୀର ସମ୍ମାନ 

ଇଲାକାର ଆବାଳ ବୃଦ୍ଧ ବନିତା ତାଙ୍କ ଜୀବନ ସଂହିତା

ନିର୍ମଳ ସରଳ ବିଶାଳ ଗଛ ପରି ହୃଦୟ ଓ ମନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract