STORYMIRROR

Prafulla Chandra Mishra

Thriller

4  

Prafulla Chandra Mishra

Thriller

ମହାଲକ୍ଷ୍ମୀ ବନ୍ଦନା

ମହାଲକ୍ଷ୍ମୀ ବନ୍ଦନା

1 min
321


ଦେବ ପୂଜ୍ୟା ଦେବୀ  ଯାହା ବିନା ଏ ଜଗତ

ମୃତ ତୁଲ୍ୟ ନିଃଶ୍ଵ  ଜୀବନେ ହଜେ ସମ୍ପଦ

କୈଳାସ ରେ ଦେବୀ  ପାର୍ବତୀ ତୁ ସିନ୍ଧୁ ସୁତା

ସ୍ଵର୍ଗେ ସ୍ଵର୍ଗଲକ୍ଷ୍ମୀ  ମର୍ତ୍ତ୍ୟେ ମର୍ତ୍ତ୍ଯଲକ୍ଷ୍ମୀ ମାତା

      ମହାଲକ୍ଷ୍ମୀ ତୁ ବୈକୁଣ୍ଠେ

ସରସ୍ଵତୀ ରୂପେ  ମାତା ବିଜେ ସର୍ବ କଣ୍ଠେ ।।


ତୁହି ବୃନ୍ଦାବତୀ  ତୁହି ଗଙ୍ଗା ତୁ ସାବିତ୍ରୀ

ମାଳତୀ ବନ ରେ  ତୁହି ସ୍ଵୟଂ ଯେ ମାଳତୀ

ବିଷ୍ଣୁପ୍ରାଣ ପ୍ରିୟା  ଦେବୀ ଗୋଲକେ ରାଧିକା

ରାସେଶ୍ଵରୀ “ବୃନ୍ଦା ବନେ” ବୃଷଭାନୁ ସୁତା

    ପଦ୍ମ ବନେ ପଦ୍ମାବତୀ

କୁନ୍ଦବନେ ତୋର  ନାମ ଦେବୀ କୁନ୍ଦଦନ୍ତୀ ।।


ଚମ୍ପାବନେ ଦେବୀ  ବିରଜା ତୁ ଶତଶୃଙ୍ଗେ 

ସୁନ୍ଦରୀ ତୋ ନାମ  ପରମ ବୈଷ୍ଣବୀ ତୁ ଯେ

ଗୃହଲକ୍ଷ୍ମୀ ଗୃହେ  କେତକୀ ବନେ ସୁଶୀଳା  

ରାଜଭବନେ ତୁ  ରାଜଲକ୍ଷ୍ମୀ ପଦ୍ମାଳୟା

    ଚନ୍ଦ୍ରା ତୁ ଚନ୍ଦନ ବନେ

କଦମ୍ଵ ମାଳା ତୁ  ଦେବୀ କଦମ୍ଵ କାନନେ ।।


ଶଂଖ ଚକ୍ର ଧାରୀ  ଦେବୀ ସ୍ଵଂୟ ଦେବ ମାତା

ଯକ୍ଷାସୁର “ମନୁ ଷ୍ୟାଣା” ତ୍ରୈଲୋକ୍ୟ ପୂଜିତା

ବିଭୁତି କାରିଣୀ  ଦେବୀ ତୁ ତ୍ରିଦଶେଶ୍ଵରୀ

ତୋ ପଦ ପଙ୍କଜେ  ମାତ ଶରଣ ମୁଁ ଗଲି

    ତ୍ରାହି କର ତ୍ରାହି କର

ପ୍ରଫୁଲ୍ଲ ଅଧମ  ଡାକେ ସର୍ବ ଦୁଃଖ ହର ।।


 

 







Rate this content
Log in

Similar oriya poem from Thriller