ଗାଆଁ ପଡ଼ିଆର ଖେଳ
ଗାଆଁ ପଡ଼ିଆର ଖେଳ
ପାଠଶାଳା ପାଠ ସରିବା ଆଗରୁ,ଗାଆଁର ପଡ଼ିଆ, ମନରେ ଦିଶେ,ବିଗତ ସଞ୍ଜର ହାର ଜିତ ହଜି ,ନୟନରେ ନୂଆ ସପନ ଭାସେ I
ଖେଳ ବେଳ ମାୟା କେତେ ଯେ ଗଭୀର,ଭୋକ ଶୋଷେ ଭୁଲେ ଆତୁର ମନ,ଗାଆଁ ସାଙ୍ଗ ସାଥି ସାଜି ପ୍ରତିଯୋଗୀ,ବିଲ ପଡ଼ିଆ ସରିଯାଏ ଦିନ I
କେତେ ଡିଆଁ ଡେଇଁ କେତେ ରାଗ ରୁଷା,କେତେ ପୁଣି ହସ ଖୁସିର କ୍ଷଣ,ଖେଳର ଭିତରେ ହଜେ ଭେଦଭା,କମ୍ପି ଉଠେ ଖାଲି ବାଳୁତପଣ I
କେବେ ବହୁ ଚୋରି ଅଥବା କବାଡି,ଉଲ୍ଲାସ ଭରା ଖେଳର ସଂସାର,ନାଲିଆ ଆଖିକୁ ନ ଥାଏ ଖାତିର,ଯେତେ ପଡ଼ୁଥାଉ ମାଡ଼ ପାହାର I
ରବି ବୁଡି ଯାଏ ପାହାଡ଼ ସେ ପାଖେ,ମନ କିନ୍ତୁ ଚାହେଁ ନ ବିତୁ ବେଳ,ସରି ଯାଏ ଘଡ଼ି ଆଖି ପାଲକରେ ଲାଗେ ଅପୂର୍ଣ୍ଣ ରହିଯାଏ ଖେଳ I
ସମୟ ସୁଅରେ ବୟସ ବିତିଲା, ଅତୀତ ହେଲା ସାଙ୍ଗ ସାଥି ମେଳ,ସ୍ମୃତିର ଦର୍ପଣେ ପଡ଼ିନି ମଳିନ,ଗାଆଁ ପଡ଼ିଆର ସେ ଧୂଳି ଖେଳ I