କଳ୍ପନା
କଳ୍ପନା
ବାସ୍ତବ ପୁର୍ବରୁ ସେ ଆସେ
କେବେ ଫେରେ କେବେ ପ୍ରକାଶେ
କଳ୍ପନାରେ ନାହିଁ ମନା
ଯୁଗ୍ମ କି ଯୌଗିକ ଜାଣିବା ସିନା
କଳ୍ପନା ନୁହେଁ କାମନା
ହୁଏତ ବାସ୍ତବତା ପୁର୍ବ ପ୍ରସ୍ତୁତି ଘେନା
ରୂପ ରେଖର ଯୋଜନା
ଭିତ୍ତି ପ୍ରସ୍ତର ପୂର୍ବ ପ୍ରସ୍ତୁତି
କଳ୍ପନା ହେଉ ଆଦୃତି
ମକଡ୍ରିଲ କରି ସର୍ବ ସମ୍ମତି
କଳ୍ପନା ବିନା କୌଣସି ଯୋଜନା
କେତେ ଫଳପ୍ରଦ ଜାଣିବା ମୁସ୍କିଲ ସିନା
ଅରୂପ ର ରୂପ ବାସ୍ତବର ରୂପରେଖ
କଳ୍ପନା ହେଉ କଳ୍ପନା
ରହି ସୀମା ସରହଦ ଜୋଜନ ଯୋଜନା
ଉଦ୍ଭଟ ହେଲେ ସବୁ ଚୂନା
ଦିବାସ୍ଵପ୍ନ ପ୍ରହେଳିକା କୁହୁକନାମା
କଳ୍ପନା ମାଳା ନଥିଲେ ଗୁଳା ପଡିବା ମନା
ସୁଫଳ ନୁହେଁ କଳ୍ପନା, କଳ୍ପନା ବିନା ।।
