STORYMIRROR

SARADA NAYAK

Tragedy

3  

SARADA NAYAK

Tragedy

ଅପବାଦ

ଅପବାଦ

1 min
237

ଅଭାବୀ ପୁରୁଷର ଶେଷ ପୁଞ୍ଜି 

ଯଦି କେବଳ ତାର ସୁନ୍ଦରୀ ସ୍ତ୍ରୀ ହେଇ ଥାଏ,

ତେବେ ଝରା ଶେଫାଳୀ ମୁଣ୍ଡରେ

ଏତେ ଅପବାଦ!!

      କାହିଁକି?


ଦୁଷ୍ଟ ଦମନ କରିବାକୁ

ଯଦି କାହା ଦୁଆର ମାଟିରେ ଦେବୀ ଗଢ଼ା ହୁଏ

ତେବେ ଲାଲ୍ ଗୋଲାପ ମୁଣ୍ଡରେ

ଏତେ ଅପବାଦ!!

      କାହିଁକି?


ସ୍ପଷ୍ଟ ଚରିତ୍ରର ଅନୁବାଦରେ

ଯଦି ମରୀଚିକା ଅନୁଗାମୀ ଏ' ବୁଦ୍ଧିମାନ ପ୍ରାଣୀ

ତେବେ ନିରୀହ ମୃଗ ମୁଣ୍ଡରେ

ଏତେ ଅପବାଦ!!

      କାହିଁକି?


ପୂର୍ଣ୍ଣମୀ ଚାନ୍ଦରେ ଲୋଭ,

ଯଦି ଆଉ କାହା ଆଢ଼ୁଆଳେ ସିଏ ଅସ୍ପୃଶ୍ୟ

ତେବେ ଶ୍ଵେତ ବସ୍ତ୍ରା ମୁଣ୍ଡରେ

ଏତେ ଅପବାଦ!!

      କାହିଁକି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy