ଅନୁତପ୍ତ ରାତି
ଅନୁତପ୍ତ ରାତି
ଅଣାୟତ ହୋଇ ନାଚିଲା ଶ୍ରାବଣୀ
ଲିଭିଲାନି ମନ ତାପ ।
ତମେ ବୁଝିଲନି ଏ ମନର ବ୍ଯଥା
ଭରିଦେଲ ଅନୁତାପ ।0।
ବରଷା ରାତିର ଖୋଲା ଝରକାରେ
ତମକୁ ମୁଁ ଚାହିଁ ଚାହିଁ ।
ମଥା ପିଟୁଥିଲା ଶ୍ରାବଣୀଟା ଖାଲି
ଅବୁଝା ମନକୁ ନେଇ ।।
ନିରବତା ଖାଲି ଜାତନା ଦେଉଛି
ଚାହିଁ ରହିଛି ତା' ପଥ ।୧।
ମନ ଜଳୁଥିଲା ଅଦେଖା ନିଆଁରେ
କୋହକୁ ବୁକୁରେ ଚାପି ।
ପଢୁଥିଲି ସେଇ ନିସଙ୍ଗ ରାତିରେ
ଅଧା ଲେଖା ଗପ ଲେଖି ।।
ଆଖିର ଲୁହରେ ଦେଖୁଥିଲି ତୁମ
ନିରବ ଉଦାସ ରୂପ ॥୨॥