Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

saroj mohapatra

Fantasy

3  

saroj mohapatra

Fantasy

ଅନୁସିଦ୍ଧାନ୍ତ

ଅନୁସିଦ୍ଧାନ୍ତ

1 min
250



ମୁଁ କିଏ ଯେ ....

ମାଗିବି ତୁମକୁ ଉତ୍ତର,

ତୁମେ କଣ କେବେ ସତରେ ଆସ

ଖାଲି ସ୍ୱପ୍ନରେ ଆସି ପାଖରେ ବସ

ହାତ ପାପୁଲିରେ ସ୍ପର୍ଶ ପୂର୍ବରୁ,

ମିଳେ ମୋତେ ଖାଲି ଅନ୍ଧାର ପଥ,

ସ୍ୱପ୍ନ ଭାଙ୍ଗିଯିବା ପରେ

କେବେ ପହଞ୍ଚି ପାରିନି ଅନୁସିଦ୍ଧାନ୍ତରେ,

ସ୍ମୃତି ର ଚାଦର ଢାଙ୍କି ହୋଇଯାଏ

ମନରେ ମୋର

ପ୍ରଶ୍ନ ଆସେ ବାରମ୍ବାର....

ମୁଁ କିଏ ତୁମର ?

ମୁଁ କିଏ ତୁମର ?

ବାରମ୍ବାର ସ୍ୱପ୍ନରେ ଆସି ଚାଲିଯାଅ

କଣ ତୁମର ପରିଚୟ ?

ପ୍ରଶ୍ନର ଉତ୍ତର ନଦେଇ ମୋତେ

ହସଖାଲି ଯାହା ଛାଡିଯାଅ,

ଆଉ ଏ ସବୁ ସହି ହୁଏନା

ତୁମ ପ୍ରତି ଛବି ଭୁଲି ପାରେନା

ଥରୁଟିଏ ମୋତେ ଦେଇ ଯାଅ ତୁମ ଠିକଣା..

ଥରୁଟିଏ ଦେଇଯାଅ ତୁମ ଠିକଣା।



Rate this content
Log in

Similar oriya poem from Fantasy