STORYMIRROR

Papu parida

Children

4  

Papu parida

Children

ଅଂଶୁଘାତ

ଅଂଶୁଘାତ

1 min
187


ଆସୁଛି ବୈଶାଖ ସାଥେ ଅଂଶୁଘାତ

ପ୍ରକୃତି ରାଣୀର କୋପ

ଗ୍ରୀଷ୍ମର ରୌଦ୍ରତା ଯାଏ ବଢି ବଢି

ଦେଖରେ ବାଇନ ଦେଖ।


ଝାଞ୍ଜି ପବନରେ ଜଳି ଯାଏ ଦେହ

ଶୁଖିଯାଏ ନଦୀ ନାଳ

ଅଂଶୁଘାତ ରୂପେ ଠିଆ ହେଲେ ଆସି

ପ୍ରକୃତିର ସୈନ୍ୟବଳ।


ଶୋଷିତ ହୁଅଇ ଶରୀରରୁ ନୀର

ଅବଶ ପ୍ରାୟ ମଣିଷ

ଶୁଖିଯାଏ ଗଳା ହୋଇ ହନ୍ତସନ୍ତ

ସ୍ତବ୍ଧ ହୋଇଯାଏ ଶ୍ୱାସ।


ସତର୍କ ହୁଅରେ ମଣିଷ ଭାଇ ମୋ

ସାଥିରେ ରଖ ତୁ ଜଳ

ଓଦା ଲୁଗା ମୁଣ୍ଡେ ହାତରେ ଛତା ଓ

ନିୟମ ମାନିକି ଚଳ।


ଟାଣ ଖରାରେ ଖଟ ନାହିଁ ଆଉ

ଖରାରୁ ଦୂରେଇ ରୁହ

ଦହି ତୋରାଣି କାକୁଡି ତରଭୁଜ

ସମୟେ ସମୟେ ଖାଅ।

 

ପ୍ରତ୍ୟକ୍ଷରେ ଅବା ପରୋକ୍ଷରେ ହେଉ

ମଣିଷ ଏ ଲାଗି ଦାୟୀ

କାଟି ବନାରାଜି ଅନର୍ଗଳ ଧୂଆଁ 

ବାୟୁରେ ଦେଲେ ମିଶେଇ।


ବେଳ ଥାଉ ଥାଉ ସଚେତନ ହେବା

ହେଳା କି ଆଉ କରିବା

ପ୍ରକୃତି ସାଥିରେ ଘୃଣ୍ୟ ଖେଳ ଖେଳି

କାହିଁକି ଆମେ ମରିବା।


ସବୁଜ ରଙ୍ଗରେ ରଙ୍ଗେଇ ଦେବାରେ

ପ୍ରକୃତି ମାଆର ଦେହ

ସୁସ୍ଥ ପରିବେଶ ଗଠନ ଲାଗିରେ

ଛାଡ଼ ପ୍ରଦୂଷଣ ମୋହ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children