STORYMIRROR

Nrusingha Narayan Tripathy

Inspirational Others Children

3  

Nrusingha Narayan Tripathy

Inspirational Others Children

ଅଂଶୁଘାତ

ଅଂଶୁଘାତ

1 min
258


ଦୃତ ଶିଳ୍ପାୟନେ ଜଙ୍ଗଲ କ୍ଷୟରେ

 ଅଙ୍ଗାରକାମ୍ଳର ବୃଦ୍ଧି

ବଢେ ସୂର୍ଯ୍ୟତାପ ପୃଥିବୀ ପୃଷ୍ଠରେ

 ସହରୀକରଣ କୃତି ll

               ରାସ୍ତା କୋଠାଘର କଂକ୍ରିଟ ନିର୍ମାଣେ

                        ପାଇଥାଏ ସବୁ ସୁଖ

                ନିଜ ସ୍ଵାର୍ଥେଅନ୍ଧ ମଣିଷ ଜୀବନେ 

                     ଆସିଥାଏ ନାନା ଦୁଃଖ ll


ନିଦାଘ ସମୟେ ତପନ ରଶ୍ମିରେ

ଜଳସ୍ତର ନିମ୍ନଗାମୀ

ବାୟୁର ଅଭାବେ ମଣିଷ ଶରୀରେ

ତାପମାତ୍ରା ଉର୍ଦ୍ଧ୍ଵଗାମୀ ll

                 ସବୁଜ କୋଠରୀ ପ୍ରଭାବ ପଡିକି

                     ଲୋକମାନେ ଭୟଭୀତ

                 ସହର ନଗରୀ ବଜାର ରାସ୍ତାକି

                    ସବୁଠାରେ ଅଂଶୁଘାତ ll

ଅଧିକ ଉତ୍ତାପେ ବାଟରେ ପଥିକ

ତଣ୍ଟିପାଟି ଶୁଖିଯାଏ

ଶରୀର ଦୁର୍ବଳ ନର୍ଭସ ହୋଇକି

ବାରମ୍ବାର ମୁର୍ଚ୍ଛାଯାଏ ll

               ତାପେ ଗମ ଗମ ଝାଳ ଝର ଝର

                      ଆପାଦ ମସ୍ତିଷ୍କ ବୁହେ

              କଷ୍ଟେ ଜୀବ ଜନ୍ତୁ ବୃକ୍ଷେ ନାରୀ ନର 

                   ଦୁଃଖରେ ତ୍ରାହିମା କୁହେ ll

ଗ୍ରୀଷ୍ମର ପ୍ରଭାବେ ବୁଲିଲେ ବାହାରେ

ଅଂଶୁଘାତ ହୋଇଥାଏ

ଥଣ୍ଡାର ଚିକିତ୍ସା କରିଲେ ତାହାର

ଉପଶମ ପାଇଥାଏ ll

             ଖରାବେଳେ ଘରୁ ପଦାକୁ ନଯାଇ

                    ଛାଇତଳ ରେ ରହିବା

              ଶାରୀରିକ ଶ୍ରମ ସକାଳେ ସନ୍ଧ୍ୟାରେ

                    ଖରାବେଳେ ନ କରିବା ll

ମୁଣ୍ଡପରେ ଛତା ପାଦରେ ଚପଲ

ଥଣ୍ଡାରପାଣି ପିଇବା

ସଚେତନ ହୋଇ ନିୟମ ମାନିଲେ

ଅଂଶୁଘାତରୁ ବର୍ତ୍ତିବା ll

               ଆହେ ଦୟାମୟ ଜଗତ ଈଶ୍ୱର

                    ମାନବେ ଦୟା କରନ୍ତୁ

               ରଖି ସନ୍ତୁଳନ ପାଗରେ ଆମର

                    କଷ୍ଟରୁ ମୁକ୍ତି ଦିଅନ୍ତୁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational