Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidulata Sahoo

Children Stories

3  

Bidulata Sahoo

Children Stories

ଖରା ଆସିଲା ମାଡି ।

ଖରା ଆସିଲା ମାଡି ।

1 min
221


ଖରା ଆସିଲା ମାଡି ।

ଉଦୁଉଦିଆ ଦ୍ୱିପହରେ,

ଭିଡ ଜମିଲେ ଆମ୍ବ ତୋଟାରେ,

               ଶୁଭିଲେ ପିଲା ରଡି,

ଜାଣିବ ତେବେ ବସନ୍ତ ଗଲା

             ଖରା ଆସିଲା ମାଡି ।


ନଈନାଳରୁ ପାଣି ଶୁଖିଲେ,

ଗାଆଁ ପୋଖରୀ ମାଛମାରିଲେ

             ହୋଇଲେ ସେଠି ମେଳି,

ଜାଣିବ ତେବେ ବସନ୍ତଗଲା

                ଖରା ଆସିଲା ମାଡି ।


କଳମୂଳରେ କଳି ଲାଗିଲେ,

ପାଣିପାଇଁକି ଭିଡ ଜମିଲେ,

                 ବାଲ୍ଟିଗରା ଧାଡି,

ଜାଣିବତେବେ ବସନ୍ତଗଲା

             ଖରା ଆସିଲା ମାଡି ।


ଚଇତିବାଆ କମି ଆସିଲେ,

ଝାଞ୍ଜି ପବନ ଜମି ଆସିଲେ,

               ହସିଲେ ମଲ୍ଲୀ କଢ଼ି,

ଜାଣିବ ତେବେ ବସନ୍ତ ଗଲା

                 ଖରା ଆସିଲା ମାଡି ।


ତବତଭାତ ନିରବିଗଲେ,

ପଖାଳଭାତ ଦର ବଢ଼ିଲେ,

             ପାରିଲେ ବୋଉ ବଡି,

ଜାଣିବ ତେବେ ବସନ୍ତ ଗଲା

              ଖରାଆସିଲା ମାଡି ।


ଚାଆ ପାଣିର ଆଦରକମି,

ଲସି ବେପାର ଉଠିଲେଜମି,

             ପଇଡ ଗଲେ ବଢ଼ି

ଜାଣିବତେବେ ବସନ୍ତ ଗଲା

               ଖରା ଆସିଲା ମାଡି ।


ଗଛରୁ ତାଳ ହଣା ହୋଇଲେ,

ତଳେପିଲାଙ୍କ ଭିଡ ଜମିଲେ,

               ଲାଗିଲେ ସେଠି କଳି,

ଜାଣିବତେବେ ବସନ୍ତ ଗଲା

                ଖରାଆସିଲା ମାଡି ।


ରାତିଟାକମି ଦିନ ବଢ଼ିଲା

କାଳବୈଶାଖି ମାଡି ଆସିଲେ,

              ଶୁଭିଲେ ଘଡଘଡି,

ଜାଣିବ ତେବେ ବସନ୍ତ ଗଲା

              ଖରା ଆସିଲା ମାଡି ।


ପୃଥିବୀକରେ ପରିକ୍ରମଣ,

ଋତୁଚକ୍ରର ପରିବର୍ତ୍ତନ,

             ପାଇଁକି ଏହାହୁଏ,

ଛଅଟିଋତୁ ଗୋଟିକପରେ,

ଗୋଟିଏଆସି ଧରା ଉପରେ,

                  ରାଜୁତି କରିଯାଏ ।



Rate this content
Log in