STORYMIRROR

Prabhati Mahapatra

Inspirational Others Children

3  

Prabhati Mahapatra

Inspirational Others Children

ମା' ଯେ ସ୍ଵର୍ଗ

ମା' ଯେ ସ୍ଵର୍ଗ

1 min
277

ଯେତେ ଲେଖିଲେ ବି ଶଦ୍ଦର ଅଭାବ

ମା ଗୋଟିଏ ଅକ୍ଷର ଯଥେଷ୍ଟ

ସତ୍ ପଥରେ ପରିଚାଳକର ମୂଳମନ୍ତ୍ର

ସେଇ ତ ଦେଖାଇଲା ସୂର୍ଯ୍ୟର ଆଲୋକ

ଅନୁଭବେ ଆଣି ଦେଲା ଆଦ୍ର ,ଉଷ୍ମତା.....

ଜ୍ଞାନର ଭଣ୍ଡାର ଥାଇ ଏତେ ମୁର୍ଖ କିପରି ?

କେମିତି ଜାଣି ପାରୁ ନାହିଁ ସଭିଏଁ ସ୍ଵାର୍ଥ

ବିଜଡ଼ିତ ......

ଡେଣା ଲାଗିଲେ ଉଡ଼ି ଯାନ୍ତି 

ଖୋଜି ନିଅନ୍ତି ଆନନ୍ଦ ସାଗର,

ଅତୀତର ସ୍ମୃତିକୁ ଧୋଇବାକୁ ଚେଷ୍ଟା

ହେଲେ ସେ ତ ଲବଣ ସାଗର ....।

ସେ କ'ଣ ଗ୍ରହଣ କରିବ ?

ଅଜ୍ଞାନୀ ମନୁଷ୍ୟ ନିଶ୍ଵ ହସ୍ତେ ବହୁଡେ ।

ଆଖିରୁ ଅନ୍ଧ ପୁଟୁଳି ଖୋଲି ଯାଏ

ଆଖି ଖୋଲି ଦେଖେ ପଶ୍ଚିମ ଆକାଶ

ରକ୍ତିମ ଆଭାରେ ସଂନ୍ଦେଶ ଭରା .....

ପରିଣତି ବୟସ ଉପସ୍ଥିତି

ଏମିତି ଦିନ ଥିଲା ତୋ ଜନନୀର .....

ଏକାକୀ ବାର୍ଦ୍ଧକ୍ୟ ଜୀବନ ଅତିବାହିତ

କେବେ ଲୁହରେ ତା କେବେ ଲହୁରେ

ତା ପ୍ରତି ଦୟା କରୁଣା ଇତି ,

ତଥାପି ଅଭିଶାପ ଦେଇନି

କାରଣ ସେ ସେ ମା' ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational