Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Children

3  

DILIP KUMAR SAHOO

Children

ଭିତରକନିକା

ଭିତରକନିକା

1 min
187



ପାଟଶାଳା ନଦୀ ଜଳେ

ଭାସଇ ନଉକା

ଦେଖାଏ ସେ ଲୁଣାବଣ

ଭିତରକନିକା ।

ନଦୀ ଦୁଇ କୂଳେକୂଳେ

ବଉଳା କୁମ୍ଭୀର

ଆକାର ବିରାଟ ତାଙ୍କ

ଭାରି ଭୟଙ୍କର ।

ନଦୀଜଳୁ ବାହାରି ସେ

ଖରା ଖାଉଥାନ୍ତି

ଦେଖଣାହାରିଙ୍କ ମନ

ଦୂରୁ ମୋହୁଥାନ୍ତି ।

ହରିଣ ହରିଣୀ ପୁଣି

ପିଉଥାନ୍ତି ପାଣି

ଲୁଚିଯାନ୍ତି ଲୋକଙ୍କର

କୋଳାହଳ ଶୁଣି ।

ହେନ୍ତାଳ ଗଛ ମାଳର

ଠେସମୂଳ ଶୋଭା

ଆହାକି ସୁନ୍ଦର ଦିଶେ

ଭାରି ମନଲୋଭା ।

ଜାତିଜାତି ଚଡେଇଙ୍କ

ଜଳକ୍ରୀଡା ଦେଖି

ଅମାନିଆ ଆଖି ସବୁ

ରହିଯାଏ ଲାଖି ।

ଭିତରକନିକା ଆମ

ଜାତୀୟ ଉଦ୍ୟାନ

ପ୍ରକୃତିର ଆମପାଇଁ

ସେ ଅମୂଲ୍ୟ ଦାନ ।

ନଉକାରେ ଭାଷିଭାଷି

ଦେଖିଛି ଯେ ଥରେ

ସେ ଅପୂର୍ବ ଶୋଭାକୁ କି

ସିଏ ଭୁଲି ପାରେ !



Rate this content
Log in

Similar oriya poem from Children