STORYMIRROR

Kunilata Barik

Children Stories Inspirational

3  

Kunilata Barik

Children Stories Inspirational

ମୋ କାଳୁ

ମୋ କାଳୁ

1 min
243

ଛୋଟ ବେଳୁ ତତେ ପାଇ କି ଆଣିଲି

ଗାଁ ନଦୀ ବନ୍ଧ ତଳୁ।।


ବାଲିରେ ଗଡିକି ଲୋତ ପୋତ ହୋଇ

ଦେହ ଯାଇଥିଲା ଝଡି।।


ସ୍କୁଲ ଛୁଟିରେ ଘର ଯିବା ବେଳେ

କୋଳରେ ତତେ ମୁଁ ଧରି।।


ଏମିତି ଧାଇଁଲି ପଡି ଉଠି କରି

ଯେମିତି କରିଛି ଚୋରି।।


ଦେହ ତୋର କଳା ମୁଁହ ବି କାଳିଆ

ନାଁ ଦେଲି ତୋର କାଳୁ।।


ତୋତେ ନେଇ ଘରେ କେତେ ଯେ ନାଟକ 

ମାଆ ସାଥେ କରେ କଳି।।


ତୋ ପାଇଁ କି କେତେ ସୁସ୍ୱାଦୁ ଭୋଜନ

ଚୋରି କରି ଆଣେ ବୋଲି।।


ଧୀରେ ଧୀରେ ଅତି ଆପଣାର ହେଲୁ 

ହୃଦୟରେ କଲୁ ଘର।।


ଅତି ଆପଣାର ହେଲୁ ତୁ ଘରର 

ମୋତେ କରି ଦେଲେ ପର।।


କାଳୁ କାଳୁ ବୋଲି ମାଆର ଗେହ୍ଲା ତୁ

ବାପାଙ୍କର ପ୍ରିୟ ଅତି।।


କୁଆଡେ ଛାଡୁନା ଏକା କରି ମୋତେ

ସଦା ଥାଉ ମୋର କତି।।


ମୋ ପ୍ରିୟ କାଳୁ ତୁ ଅତି ଆପଣାର

ମୋ ହୃଦୟରେ ତୋର ଘର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍