STORYMIRROR

Kunilata Barik

Inspirational

3  

Kunilata Barik

Inspirational

ଭିନ୍ନ ଏକ ମଣିଷ

ଭିନ୍ନ ଏକ ମଣିଷ

1 min
227

ଦୁନିଆ କୁହେ ଜନ୍ମ ତୋର ଅଭିଶପ୍ତ ହେଲେବି ଭଗବାନ ଙ୍କ ଆଶ୍ରିବାଦ ତୁ... 

ସବୁ ଏଠି ଧର୍ଯ୍ୟ ର ପରୀକ୍ଷା ଦିଅନ୍ତି ହେଲେ ଷୋୟାମ ଧର୍ଯ୍ୟ ତୁ ।। 

ତୁଛ ଏଇ ସମାଜର ଗୋଟିଏ ସତ୍ୟ ତୁ 

ହାରି ବି ବାଜି ଜିତିଥିବା ବିଜେତା ତୁ 

ପଡି ବି ଉଠିବା ଦୁନିଆ ଶିଖେ ତୋ ଠୁ 

ମଣିଷ ଭିତରେ ସବୁଠୁ ଶ୍ରେଷ୍ଠ ତୁ 

ଛଳନା ର ଗନ୍ତାଘରେ ସତ୍ୟ ର ପ୍ରତୀକ ତୁ 

ଯିଏ ତୋ ଠି ଭଲ ଦେଖେ ସେ ତୋର ନିଜର, ଆଉ ଯିଏ ତତେ ବିରୋଧ କରେ ସେ ହି ତୋର ପ୍ରେରକ 

ନଈ ତୁ ସମାଜ ତୋର ବନ୍ଧ 

ତୁ ବହିବା ଯାଏ ସେ ଅଟକେଇବ, ଥରେ ବନ୍ୟା ହେଇକି ଦେଖ ସେ ଆପେ ତୋ ରାସ୍ତା ଛାଡ଼ିଦେବ...

ଥିବାଯାଏ ଚୁପ ସେ କହୁଥିବ ଥରେ ତୁ କହିକି ଦେଖ ସେ ନିଜେ ପାଟି ବନ୍ଦକରିଦେବ...

ସୂର୍ଯ୍ୟ ର ପ୍ରଥମ କିରଣ ତୁ ସମୟ ସହ ଥରେ ଚାଲିକି ଦେଖ, ସକାଳେ ଶୀତଳ ହେଇ ମାଧ୍ୟାନେ ଜଳିକି ଦେଖ...

ଏଠି ଦୁନିଆ ଚାନ୍ଦ କୁ ସୁନ୍ଦର କୁହେ ଆଉ ତାକୁ ହି କଳଙ୍କ କୁହେ 

ଯଦି ତୁ ଅନ୍ଧାରେ ଅଛୁ ଥରେ ଆଲୋକ ଦେଇକି ଦେଖ... 

ଯାହା କେହି କରି ନାହିଁ ସେମିତି କିଛି କରିକି ଦେଖ 

ଡରିଲେ କିଛି ଲାଭ ନାହିଁ ଥରେ ଆରମ୍ଭ କରିକି ଦେଖ 

ଆଜି ଯିଏ ତତେ ଦେଖୀ ମୁହଁ ମୋଡିବ ଦିନେ ସେ ତତେ ଦେଖି ହାତ ଯୋଡିବ...

ଯାହାର ହାତ ନାହିଁ ଦୁନିଆ ପାଖେ ହାତ ଯୋଡୁଛି ତୁ ବି ତ ତାରି ରୂପ, 

ଥରେ କରିକି ଦେଖ ଦୁନିଆ ବି ଗୋଟେ ଜୀବନ୍ତ ଭଗବାନ ଦେଖିବ।।


ନିଜକୁ ଖୁସିରେ ରଖ ଦେଖିବ ଦୁନିଆଟା ନିଆରା ଲାଗିବ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational