STORYMIRROR

Kunilata Barik

Inspirational

3  

Kunilata Barik

Inspirational

ମୋ ମାଆ

ମୋ ମାଆ

1 min
212

ସୁନ୍ଦର ମୂରତୀ ତୁ ମାଆ ସୁନ୍ଦର ତୋ ହସ

ଫିକା କେବେ ନ ପଡୁ ତୋ ଆଖିର ଝଲସ।।


ଜନନୀ,ଭାଗିନୀ,ଜାୟା ସାଜି ସ୍ନେହ ଦେଉ

ଶକ୍ତି ସ୍ୱରୂପିଣୀ ବୋଲି ଜଗତେ ବୋଲାଉ।।

କଳନା ନାହିଁ ଲୋ ମାଆ ତୋ ସ୍ନେହ ପ୍ରେମର

ତୋ ମୂରତୀ ଦୁନିଆଁରେ ସବୁଠୁ ସୁନ୍ଦର।।


ସୁନ୍ଦର ମୁରତୀ ତୁ ମାଆ ସୁନ୍ଦର ତୋ ହସ

ଫିକା କେବେ ନ ପଡୁ ତୋ ଆଖିର ଝଲସ।।


"ମାଆ" ମନେପଡେ ତୋ କଥା ଆଜି ଭାରି

ସ୍ନେହ ଆଦର ତୋ ମମତାରେ ଭରି।।


"ମାଆ" ମନେପଡେ ତୋ କଥା 

ଖାଇ ବସେ ଯେବେ

ଆଖି ମୋର କାନ୍ଦିଦିଏ 

ଖାଇବାର ପାଶେ।।


"ମାଆ" ମନେପଡେ ତୋ କଥା 

ଯେବେ ଥାଏ ଏକାନ୍ତରେ,

ମୋତେ ଲାଗେ ସଦା ତୁ 

ଅଛୁ ମୋ ପାଖେ ପାଖେ।।


"ମାଆ" ମନେପଡେ ତୋ କଥା 

ଯେବେ ଥାଏ ମୁଁ ଦୁଃଖରେ,


ମୋ ସବୁ କଷ୍ଟର ଅଶ୍ରୁ

ଦେଖିଛି ମୁଁ ତୋରି ଆଖିରେ।।


ସୁନ୍ଦର ମୁରତୀ ତୁ ମାଆ ସୁନ୍ଦର ତୋ ହସ

ଫିକା କେବେ ନ ପଡୁ ତୋ ଆଖିର ଝଲସ।।


ଛଳନା ନାହିଁ ଲୋ ମାଆ ତୋହରି ଶ୍ରଦ୍ଧାରେ

ପୂଜା ପାଉଥିବୁ ମାଆ ତୁ ମୋ ଏହି ହୃଦୟରେ

ମାଆ ଏହି ହୃଦୟରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational