STORYMIRROR

Kunilata Barik

Classics Others

4  

Kunilata Barik

Classics Others

ମହାବହୁ

ମହାବହୁ

1 min
165


ଜୀବନରେ କିଛି କଥା ବାକି ତ ରହିଛି

ପୁରା କେବେ ହେବ ଏକା ସେ ତ ଜାଣିଛି।।


ବିଶ୍ୱାସ ଅଛି ମୋ ତାକୁ ସେ ତ ବିଶ୍ବବିହାରୀ

ପୁରା କରେ ଆଶା ସେ ଯେ ଏ ସଂସାରେ ସବୁରୀ।।


ସୁଖ, ଦୁଃଖ ମୁହୂର୍ତ୍ତର ବନ୍ଧୁ ଅଟେ ସେ ମୋର

ସମର୍ପି ମୁଁ ଦେଇଛି ମୋ ଜୀବନର ଭାର।।


ଜାଣିଛି ସେ ବାହିନେବ ଜୀବନ ନୌକାକୁ ମୋର

ଆର କୂଳେ ଲଗାଇବ କାଟି ସବୁ ଝଡ଼।।


ହେ ବିଶ୍ବବିହାରୀ ବିଶ୍ୱକର୍ତ୍ତା ଅଟୁ ତୁହି

ଯାହା ମୁଁ ପାଇଛି ଆଜି ସବୁ ତୋ ପାଇଁ।।


ଜାଣେନା ମୁଁ ସୁଖ-ଦୁଃଖ ଭଲ-ମନ୍ଦ ବାଣୀ

ମୋତେ ଲାଗେ ସବୁ କିଛି ପାରୁଛୁ ତୁ ଜାଣି।।


ସବୁ ଜାଣି ଅଜଣା ତୁ କାହିଁକି ହଉଛୁ

ଆଉ କେତେ କଷ୍ଟ ଦେବୁ ସେ କଥା ଭାବୁଛି।।


ଯେତେ କଷ୍ଟ ଦେଲେ ମୋତେ କଷ୍ଟ ନ ଲାଗଇ

ମୋ ହୃଦୟରେ ପୁରି ତୁ ଅଛୁ ରହି।।


ଜାଣିଶୁଣି କାଇଁ କଷ୍ଟ ନିଜକୁ ତୁ ଦେଉ

ସାରା ଜଗତରେ ପରା ତୁ ପୂଜା ପାଉ।।


ଜଗତର ନାଥ ପୁଣି ବୋଲାଉଛୁ ତୁହି

ଭକତ ର ଦୁଃଖ କେବେ ତତେ ନ ଦିଶଇ।।


ଭକ୍ତ ବତ୍ସଳ ତୋ ନାମ କିଏ ସେ ଯେ ଦେଲା

ଭକ୍ତ ଡାକି ଡାକି ଡାକ ତୋତେ ନ ଶୁଭିଲା।।


ଶୁଣିନେ ହେ ମହବାହୁ ଏତିକି ମିନତୀ

ହୃଦୟ ରୁ କରେ ତୋତେ ଏ ଭକ୍ତ ପ୍ରଣତି।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics