STORYMIRROR

Kunilata Barik

Others

3  

Kunilata Barik

Others

ଗତିପଥ

ଗତିପଥ

1 min
255


ମରୁଭୂମି ଅଟେ ଜୀବନର ଗତି    

ମିଳେନା ତ ସତେ ଏ ଜୀବନରେ ଶାନ୍ତି।।


ଚାଲିବାକୁ ହୁଏ ଏଠି ଯେ କେତେ ଦୂର

ପାଦ ରୋକେ ବହୁଥର ଝୁଣ୍ଟିଝୁଣ୍ଟି ମୋର।।


ଏ ଜୀବନ ମରୁରେ ଖାଲି ମରୀଚିକାର ଭଣ୍ଡାର

ଶୋଷ ଅଛି ଓଠେ ମୋର ବହୁ ଦୁର ଯେ ସାଗର।।


ମୋ ଜୀବନ ଗତିପଥ କୁଆଡେ ଯାଉଛି

ଜଣେ ନାହିଁ ଜଣେ ନାହିଁ ତଥାପି ଚାଲୁଛି।।


ବହୁଥର ଗତିପଥ ମୋଡ ବଦଳାଇ

ସ୍ଥିର କରିଦେଏ ମୋତେ ଅଧା ବାଟେ ନେଇ।।


ଗତିପଥରେ ଯେ କେତେ ଝଡ ତ ବହଇ

ପବନ ବହେ ଯେ ସିନା ବର୍ଷା ନ ପଡଇ।।


ତଥାପି ତ ଗତିପଥେ ଯିବାକୁ ଯେ ହେବ

ଜୀବନର ଲକ୍ଷ୍ୟ ସ୍ଥଳ କେବେ ଯେ ପଡିବ।।


ପହଞ୍ଚିବାକୁ ହେବ ଶେଷ ଲକ୍ଷ୍ୟ ସ୍ଥଳେ

ଗତିପଥେ ଚାଲିଯାଏ ଅନେକ ଯେ ବେଳ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍