ମା' ପରି କେହି ନାହିଁ
ମା' ପରି କେହି ନାହିଁ
ସ୍ନେହମୟୀ ମୋର ଜନନୀ ଅଟଇ
ବିନା ସ୍ଵାର୍ଥେ ବଞ୍ଚି ଥାଇ
ସନ୍ତାନ ପାଇଁକି ଝୁରେ ନିରନ୍ତର
ମହୀରେ ତା ଭଳି ନାହିଁ ।
ଆତ୍ମ ବଡିମାକୁ ତୁଛ ମଣି ଥାଏ
ସେ ପରା ଜନ୍ମ ଦାତ୍ରୀ
ସନ୍ତାନ ଖୁସିରେ ତା ଖୁସି ନିହିତ
ଭାବେ ସେ ଅମୂଲ୍ୟ ମୋତି ।
ସହି କେ ପାରିବ ନିତି ଦିନ ବୋହି
ଏତେ ବଡ଼ ଗର୍ଭ ଭାର
ଏକା ମା ବୁହେ ସନ୍ତାନ ପାଇଁକି
ମନେ ରଖି ପୁଷ୍ପ ହାର ।
ପାଷାଣ ଫଟାଇ ଲୋତକ ଝରାଇ
ସନ୍ତାନକୁ କରେ ସୃଷ୍ଟି
ଦେଖେ ସେ ମେଦିନୀ ସବୁଜ ବନାନୀ
ମାତୃ ନେତ୍ରେ ଭରି ଦୃଷ୍ଟି ।
ଜୀବନ ପୃଷ୍ଠାକୁ ହାତରେ ଧରାଏ
କରିବାକୁ ଉଜ୍ଜଳିତ
ଅଧା ପେଟେ ତାର ହସ ଫୁଟୁ ଥାଏ
ସନ୍ତାନେ ଭୁଞ୍ଜାଏ ଭାତ ।
ମା'ର ମନକୁ ମାପିବା ପାଇଁକି
ମାପକାଠି ହଜି ଯାଏ
ମମତାମୟୀ ସେ କଲ୍ୟାଣ ଦାୟିନୀ
ତା ପରି କିଏ ସେ ହୁଏ ।
କୋଳକୁ ଯେବେ ସେ ଆଉଜାଇ ନିଏ
ସ୍ବର୍ଗ ଭଳି ମିଳେ ସୁଖ
ଏପରି ସେନେହ ମିଳେ ନାହିଁ କାହିଁ
ଯେଉଁଠି ଲିଭିଛି ଦୁଃଖ ।
