STORYMIRROR

Prakash Majhi

Children Stories Inspirational Children

3  

Prakash Majhi

Children Stories Inspirational Children

ଚାଲ ଫେରିଯିବା

ଚାଲ ଫେରିଯିବା

1 min
207

ପଛରୁ କିଏ ଡାକେ

ଝାମ୍ପି ନେବ ଝାମ୍ପି ନେବ

ଛାଡିଲେ ହାତ

ଅକାଶ ଅଧିର

ଦୂରରୁ ଭି କିଏ ଉତ୍ତର ଦେବ।

ଚଗଲା ପବନ

ପିଟିଲାଣି ମଥା

ପାହାଡ଼ ଝରଣା କହିବେନି କଥା

ଡରିଲେ ସରିବ

ଆଲୋକ ଭିତରେ ଅନ୍ଧାର ହେବ।

ଆସିଲାଣି ଧାଇଁ ସନ୍ଧ୍ୟା ଘନେଇ


ରାତି ବି ଆସିବ

ପାଖେଇ ପାଖେଇ


ଚଳାଯିବା ଫେରି

କରିବାନି ଡେରି

ମା ଡାକିଲାଣି ଦୂରରୁ ଅନେଇ।

ସେପଟେ ଅନେକ ହିସାବ ଅଛି

ତେଲ ଲୁଣ କେତେ କଥା ବି ଅଛି

ଟିକିଏ ଆଗରୁ

ଧୂଳି ହେଇପାରେ ଭରଷା ମାଟି

ଏଇଠି ଅଛି ସ୍ୱପ୍ନ କେତେ

ହାରିବା ନାହିଁ

ଡରିବା ନାହିଁ

ବିଶ୍ୱାସ ଥାଉ ଏଇ ମନରେ।

ଡ଼ାହାଲ ଆଖି ରହିଛି ଚାହିଁ

ଉଡିବାକୁ ହେଲେ

ବୟସ ଟିକିଏ

ନହେଲେ ଏହିଟି ବୟସ ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍