STORYMIRROR

Prabhati Mahapatra

Inspirational Others Children

3  

Prabhati Mahapatra

Inspirational Others Children

ଅସମ୍ଭବ କିଛି ନୁହେଁ

ଅସମ୍ଭବ କିଛି ନୁହେଁ

1 min
247

ଆଧୁନିକ ଯୁଗେ ଅଗ୍ରଗତି ହୋଇ

ଧରାରୁ ଛୁଇଁଛେ ଜହ୍ନ

କେତେ ଯେ କଠିନ ସଂଘର୍ଷକୁ ଧରି

ଜିତିଛେ ସଫଳ ଦିନ ।


ସୃଷ୍ଟି ହେଲା କେତେ ଆଧୁନିକ ଯନ୍ତ୍ର

ଖଟାଇ ମନୁଷ୍ୟ ବୁଦ୍ଧି

କ୍ଷଣିକରେ ଲିଭେ ଅସମ୍ଭବ ଶଦ୍ଦ

ସମୃଦ୍ଧିରେ ବିଶ୍ଵ ସିଦ୍ଧି ।


କୋଟି ଜନ ମଧ୍ୟେ ଭୋଜନ ବସନ

ପୂର୍ଣ୍ଣ କରି ଦିଏ ସୁଖ

କିଛି ମିନିଟର ବ୍ୟବଧାନ ପରେ

ଲିଭାଏ ମୁହଁରୁ ଦୁଃଖ ।


ଛୋଟ ଏକ ଯାନେ ସମୀରଣ ଚିରି

ଲକ୍ଷ୍ୟ ପଥେ ଅଭିଯାନ 

ଜୀବନକୁ ବାଜି ଲଗାଏ ସର୍ବଦା

ରଖି ତା'ର ଦେଶ ମାନ ।


ଶୁନ୍ୟରେ ଝୁଲେ ତା ମାଟି ପିଣ୍ଡ ଗୋଟି

ନବ ଆବିଷ୍କାର ପାଇଁ

ମୋ ଦେଶର ଗର୍ବ ଗଉରବ ଗାଥା

ଉଚ୍ଚା ସେତ ରଖି ଥାଇ ।


କେତେ ସ୍ଵପ୍ନ ଆଜି ବାସ୍ତବ ପାଲଟି

ଖେଳୁଛି ଏ ମେଦିନୀରେ

ମା କୋଳ ଚାନ୍ଦ ହାତରେ ଧରିଛୁ

ପାହାନ୍ତିଆ ସକାଳରେ ।


ଦୀର୍ଘାୟୁ ହୁଅନ୍ତୁ ଜନ୍ମ ଭୂମି ବୀର

ଦାୟିତ୍ବ ବୋଝକୁ ଧରି

ଗ୍ରହ ନକ୍ଷତ୍ରକୁ ତୋଳି ଆଣିବାକୁ

ନଲାଗୁ ତାହାଙ୍କୁ ଭାରି ।



Rate this content
Log in

Similar oriya poem from Inspirational