STORYMIRROR

Pranati Mahapatra

Inspirational Children

3  

Pranati Mahapatra

Inspirational Children

ଆମ୍ବେଦକର

ଆମ୍ବେଦକର

1 min
246


ଭାରତ ମାଆର ସୁଯୋଗ୍ୟ ଦାୟାଦ

ଜନମିଛ ଆହେ ବୀର,

କର୍ମଭୂମି ଆଉ ଜନ୍ମଭୂମି ପାଇଁ

କରି ତ୍ୟାଗ ହେଲ ଅମର।


ସ୍ୱର୍ଣ୍ଣାକ୍ଷରରେ ଇତିହାସ ମଧ୍ୟେ

ତୁମ ଯଶ କୀର୍ତ୍ତି ରଖିଗଲ,

ପିଲା ଠାରୁ ବୁଢ଼ା ସଭିଙ୍କ ପାଖରେ

ଚିର ସ୍ମରଣୀୟ ହୋଇଗଲ।


ଭାରତ ମାଆର ଶାନ୍ତି ମୁକ୍ତି ପାଇଁ

ପ୍ରାଣ ଉଦ୍ୟମ କରିଥିଲ,

ଶତ ଚେଷ୍ଟା ପରେ ସଂଗ୍ରାମ କରି

ସଂଗ୍ରାମୀଙ୍କ ସାଥେ ମିଶି ଗଲ।


ବାପୁଜୀ, ସର୍ଦ୍ଦାର, ସୁବାଷଙ୍କ ସାଥେ

ବିଜୟ ରଣ ହୁଙ୍କାର କରି,

ଗୋରା ସରକାର ଛାଡ଼ି ଆମ ଘର

ପଳାଇଲା ସଂଗ୍ରାମୀଙ୍କୁ ଡ଼ରି।


ସ୍ୱାଧୀନ ହୋଇଲା ମାଆର ହୃଦୟ 

ନିଜେ କଲେ ନିଜ ଶାସନ,

ନୀତି ନିୟମକୁ କରି ପ୍ରଣୟନ

କାର୍ଯ୍ୟକାରୀ କଲ ସମ୍ବିଧାନ।


ନିଜ ନାମକୁ କରି ସାର୍ଥକ

ଦେଶର ଗୌରବ ବଢାଇଲ,

ହେ ବୀର ପୁରୁଷ ଡ଼କ୍ଟର ଭୀମରାଓ

ଇତିହାସ ନାମେ ରଚିଗଲ।



    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational