ଝିଅର ବୟସ ବଢୁଛି
ଝିଅର ବୟସ ବଢୁଛି
କାହିଁକି କେଜାଣି
ଝିଅ ଏଯାଏ ଫେରିନୀ
କଲେଜ ଯିବା ବାଟରୁ
କାଳେ ତାକୁ କ'ଣ ବସ୍ ମିଳିନୀ
ଏ ବୟସରେ ତାକୁ କେତେ
Computer, Laptop ଶିକ୍ଷିିବାକୁ ଅଛି
କିନ୍ତୁ କାଇଁ ତା ବଳ ବୟସକୁ ଦେଖି
ତାକୁ କଲେଜ ପଠାଇବାକୁ ଭାରି ଭୟ ଲାଗୁଛି ।
କାହିଁକି ନା ତା ପାଇଁ ସବୁ
ଛକ ରେ ଲାଗିଛି ଷଡ଼ଯନ୍ତ୍ର
ସାଧୁସନ୍ଥଙ୍କ ମୁଖା ଟିଏ ପିନ୍ଧି
ନାରୀ ମାଂସ ଲୋଭି କୁକୁର ବି ଗାନକରୁଛି ପ୍ରଭୁ ଙ୍କ ଜପ ମନ୍ତ୍ର
ଏଇ ସେଲ୍ ଫିସ ଦୁନିଆ ରେ
ବଂଶୀ ବାଦନ କରୁଥିବା ଲୋକଜଣକ ଘାତକ
ଆଉ ବେଦ ମନ୍ତ୍ର ପାଠ କରୁଥିବା
ଲୋକ ଜଣକ ବି ତ ମାରୀଚ
ଝିଅ ଜାଣିଥା,ଏଠି
ପାଚିଲା ପୂର୍ବରୁ ଖାଇବାକୁ ବସିଛନ୍ତି ଅନେକ ଲାଲ୍ ଗଡଉଥିବା ରକ୍ତମୁୁୁଖା ସାପ
ଭରା ଯୈୈଉବନକୁ ଦେଖିଲା ମାତ୍ର କେ ଲୋ ମା
କାହାକୁ ଲାଗେବିନୀ ଡର ସତେ କରିବାକୁ ପାପ
ଏ ରକ୍ତ ମୁଖା ସାପ ଓଠରେ ଓଠରେ ପକାଇକେତେବେଳେ ଖସାଇ ଦେବପେଟକୁ
ରକ୍ତ ମୁଖା ସାପପେଟରୁ ବଞ୍ଚିତ ହେବାପାଇଁ ଲୋ ମା
ତୋ ଦୁଃଖିନୀ ପ୍ରାଣରୁ ନରମ ଚିତ୍କାର ଟିଏ ଶୁଭିବ
କିଏ କୋୋଠି ଅଛ ମତେ ରକ୍ଷା କର
ଲୋଭ କରିବୁନି ଲୋ ମା
ଦେଖି କାହା ଧନଦଉଳତ କୁ
ପଦ୍ମ ପୋଖରୀରେ ପାଉଁଜି ବୁଢେଇଲା ପରୀ
ନର ରୂପୀ ରାକ୍ଷାସ ଉପରେ ପଡିଯିବୁ
ନିଜର ସଫଳ ମାର୍ଗରେ ଲୋ ମା ।
ନିଜେ ସର୍ତ୍ତରକରେ ଚାରୁଥିବୁ
ନ କରି ବିଳମ୍ବ ସନ୍ଧ୍ୟା
ଆଗରୁ ଘରକୁ ଫେରି ଆସିବୁ
ଝିଅ ଜନମ ପାଇଛୁ ଯେତେବେଳେ ଲୋ ତୁ
ତତେ ଦୁହିଁତା ହେବାକୁ ହିଁ ତ ପଡ଼ିବ
ତତେ ଲୋ ମା ଦିନେ ଏ କୋଳ ଛାଡି
ସେ କୋଳକୁ ଯିିିବାକୁ ହିଁ ତ ପଡ଼ିବ
ବାପା ମା ଙ୍କ ଆର୍ଶବାଦ ନେଇ
ଶାଶୁ ଶ୍ୱଶୁର ଘରକୁ ଯିବୁ
ସୁଖ ସଂସାର ରେ ଦିନ ବିତେଇ
ଚିରଦିନ ସ୍ବାମୀ ପାଖରେ ରହିବୁ
ପାଠ ପଢା ସାରି ଦେଇ ସନ୍ଧ୍ୟା ପୂର୍ବରୁ
ଶୀଘ୍ର ଘରକୁ ଫେରି ଆସିବୁ ଲୋ ମା
ବିଲ୍ କାମ ସବୁ ସାରି ଦେଇ କି
ତୋ ଆସିବା ବେଳକୁ ଅନାଇ ରହିଥିବି ରେ ମା ।
