STORYMIRROR

Debendra Hans

Inspirational

3  

Debendra Hans

Inspirational

ଝିଅର ବୟସ ବଢୁଛି

ଝିଅର ବୟସ ବଢୁଛି

1 min
295

କାହିଁକି କେଜାଣି

ଝିଅ ଏଯାଏ ଫେରିନି

କଲେଜ ଯିବା ବାଟରୁ

କାଳେ ତାକୁ କ'ଣ ବସ୍ ମିଳିନି

ଏ ବୟସରେ ତାକୁ କେତେ

Computer Laptop ଶିଖିବାର ଅଛିି

କିନ୍ତୁ କାଇଁ ତା ବଳ ବୟସକୁ ଦେଖି

ତାକୁ କଲେଜ ପଠାଇବାକୁ ଭାରି ଭୟ ଲାଗୁଛି

କାହିଁକି ନା ତା ପାଇଁ ସବୁ

ଛକରେ ଲାଗିଛି ଷଡ଼ଯନ୍ତ୍ର

ସାଧୁସନ୍ଥଙ୍କ ମୁଖାଟିଏ ପିନ୍ଧି

ନାରୀ ମାଂସ ଲୋଭୀ କୁକୁର ବି

ଗାନକରୁୁୁ ପ୍ରଭୁଙ୍କ ଜପମନ୍ତ୍ର

ଏଇ ସେଲ୍ ଫିସ ଦୁନିଆ

ବଂଶୀବାଦନ କରୁଥିବା ଲୋକଜଣକ ଘାାତକ

ଆଉ ବେଦମନ୍ତ୍ର ପାଠ କରୁଥିବା ଲୋକଜଣକ ବି ତ ମାରୀଚ

    ଝିଅ ଜାଣିଥା,। ଏଠି

ପାଚିଲା ପୂର୍ବରୁ ଖାଇବାକୁ ବସିଛନ୍ତି

ଅନେକ ଲାଳ ଗଡଉଥିବା ରକ୍ତମୁଖା ସାପ

ଭରା ଯୈୈଉବନକୁ ଦେଖିଲା ମାତ୍ରକେ

କାହାକୁ ଲାଗେବିନି ଡର ସତେ କରିବାକୁ ପାପ

ଏ ରକ୍ତ ମୁଖା ସାପ ଓଠରେ ଓଠରେ ପକାଇ

କେତେବେଳେ ଖସାଇଦେବ ପେଟକୁ

ରକ୍ତ ମୁଖା ସାପ ପେଟରୁ ବଞ୍ଚିତ ହେବାପାଇଁ ଲୋ ମା

ତୋ ଦୁଃଖିନୀ ପ୍ରାଣରୁ ନରମ ଚିତ୍କାରଟିଏ ଶୁଭିବ

କିଏ କୋଉଠି ଅଛ ମତେ ରକ୍ଷା କର

କିଏ କୋଉଠି ଅଛ ମତେ ରକ୍ଷା କର

ଲୋଭ କରିବୁନି ଲୋ ମାଆ

ଦେଖି କାହା ଧନ ଦୋଉଳତକୁ

ପଦ୍ମ ପୋଖରୀରେ ପାଉଁଜି ବୁଢେଇଲା ପରୀ

ନର ରୂପୀ ରାକ୍ଷାସ ହାବୁଡ଼ରେ ପଡି ଯିବୁ

ନିଜର ସଫଳ ମାର୍ଗରେ ଲୋ ମା

ନିଜେ ସତର୍କରେ ଚାଲୁଥିବୁ

ନ କରି ବିଳମ୍ବ ସନ୍ଧ୍ୟା ଆଗରୁ

ଘରକୁ ଫେରି ଆସିବୁ

ଝିଅ ଜନମ ପାଇଛୁ ଯେତେବେଳେ ଲୋ ତୁ

ତତେ ଦୁହିତା ହେବାକୁ ହିଁ ତ ପଡ଼ିବ

ତତେ ଲୋ ମାଆ ଆଉ କିଛି ଦିନ ପରେ ଏ କୋଳ ଛାଡି

ସେ କୋଳକୁ ଯିବାକୁ ହିଁ ତ ପଡ଼ିବ

ବାପା ମାଆଙ୍କ ଆଶୀର୍ବାଦ ନେଇ

ଶାଶୁ ଶ୍ୱଶୁର ଘରକୁ ଯିବୁ

ସୁଖ ସଂସାରରେ ଦିନ ବିତେଇ

ଚିରଦିନ ସ୍ୱାମୀ ପାଖରେ ରହିବୁ

କଲେଜ ପାଠ ପଢା ସାରି ଦେଇକି

ଶୀଘ୍ର ଘରକୁ ଫେରି ଆସିବୁ ଲୋ ମାଆ

ବିଲ୍ କାମ ସବୁ ସାରି ଦେଇକି

ତୋ ଆସିବା ବେଳକୁ ଅନାଇ ରହିଥିବିିିରେ ମାଆ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational