STORYMIRROR

Anupama Sahu

Children

3  

Anupama Sahu

Children

ମୋର ଜନ୍ମଦିନ

ମୋର ଜନ୍ମଦିନ

1 min
301

ଢାଳି ପୁଷ୍ପାଞ୍ଜଳି 

କରୁଛି ମୁଁ ଅଳି 

ହାତଯୋଡି ପ୍ରଭୁ ଚରଣେ 

ସଫଳ ଜୀବନ 

କାମନା ମୋହର 

ଆଜି ଜନମ ଦିନେ। ୧।


ଚଲାପଥ ମୋର 

ସୁଗମ କର ହେ 

ପ୍ରଭୁ ଚକାଡୋଳା ସାଇଁ 

ହସ ଖୁସି ଭରା

ଜୀବନଟେ ପରା

ମାଗୁଛି ମୋହରି ପାଇଁ। ୨।


ମାଆର ମମତା 

ପିତାଙ୍କ ଆଦର୍ଶ 

ଜୀବନ କରିବି ବ୍ରତ 

ସକଳ ପରାଣେ 

ଭରି ଦେବି ହସ 

ଏତିକି କରୁଛି ଶପଥ। ୩।


              

              


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children