ଜୟୀରାଜଗୁରୁ
ଜୟୀରାଜଗୁରୁ
ରାଜଗୁରୁ କୂଳେ ଜନମ ହେଲେ
ପାଣ୍ଡିତ୍ୱେ, ବିରତ୍ୱେ ଜନ ମୋହିଲେ l
ମୁକୁଟ ବିହୀନ ସମ୍ରାଟ ହେଲେ
ଖୋରଧା ଗଡ଼ ର ହିତ ସାଧିଲେ l
ଜୟୀରାଜଗୁରୁ ନାମରେ ଖ୍ୟାତ
ମନରେ ଭାଳଇ ଦେଶ ର ହିତ l
ଖୋରଧା ରାଜ୍ୟର ରାଜପୁରୋହିତ
ସାଜିଲେ ରାଜାଙ୍କ ଡାହାଣ ହାତ l
ଫିରିଙ୍ଗିଆଙ୍କ ର ଲୋଲୁପ ଦୃଷ୍ଟି
ଓଡିଶା ରେ କଲା ରୁଧିର ବୃଷ୍ଟି l
ଏହା ଦେଖି ଜୟୀ ତାତି ଉଠିଲେ
ପାଇକ ବୀରଙ୍କୁ ଏକାଠି କଲେ l
ଖଣ୍ଡା, ଧନୁ, ତୀର ଗରିଲା ଯୁଦ୍ଧ
ଥରାଇଲା ଗୋରା ପାଇକ ହୃଦ l
ଖୋରଧା ବୀରଙ୍କ ବୀରତ୍ୱ ପଣେ
ଭାଳେଣି ପଡିଲା ଗୋରାଙ୍କ ମନେ l
ନପାଇଲେ ଶତ୍ରୁ ଗଡ଼ ର ଭେଦ
ଚତୁର ପଣ ରେ କଲେ ଚକ୍ରାନ୍ତ l
ରାଜା ମନ୍ତ୍ରୀ ଦୁହେଁ ବନ୍ଦୀ ହୋଇଲେ
ଦେଶ ହିତେ ଜୟୀ ପରାଣ ଦେଲେ l
