ଆମ ଭାଷା ଆମ ଦାୟିତ୍ୱ
ଆମ ଭାଷା ଆମ ଦାୟିତ୍ୱ
ଓଡ଼ିଆ ଭାଷାର
ଲେଖା ତ ସୁନ୍ଦର
ମଧୁର ତାହାକୁ ଶୁଣିବା
ଶବ୍ଦର ବିନ୍ୟାସ
ସୁନ୍ଦର ଅକ୍ଷର
ଭାଷାର ମହତ୍ତ୍ୱ ବୁଝିବା ll
ଅନେକ ଭାଷା ତ
ଭାରତ ଦେଶରେ
ଓଡ଼ିଆ ଆମର ମହାନ
ଓଡିଶା ପ୍ରଦେଶ
ଓଡ଼ିଆ ଭାଷାରେ
ପାଏ ତ ସବୁଠି ସମ୍ମାନ ll
ଓଡ଼ିଆ ଭାଷାର
ମହତ ରଖିଲେ
ସମ୍ରାଟ ଗୌରବ କିଶୋର
ସ୍ଵଭାଵ ଭାରତୀ
ପ୍ରକୃତି ମଞ୍ଜୁଳ
ପ୍ରେମିକ ଜାତୀୟ ଶେଖର ll
ପାଶ୍ଚାତ୍ୟ ସଂସ୍କୃତି
ଭାଷାର ପ୍ରେମରେ
ପାଗଳ ଓଡ଼ିଆ ସମାଜ
ମାଆର ମମତା
ଜଡିତ ଭାଷାରେ
କହିବା ଶିଖିବା ସହଜ ll
ଜାତିର ଗୌରବ
ଭାଷାରେ ଲିଖିତ
ପଢିଲେ ଶୁଣିଲେ ଜାଣିବା
ସଂସ୍କୃତି ଐତିହ୍ୟ
ଧର୍ମରେ ଜଡିତ
ମାଆର ଭାଷାକୁ କହିବା ll
ମାଆର ମମତା
ଭାଷାରେ ଫଳିତ
ସର୍ବଦା ଆଦର କରିବା
ନିଜର ଭାଷାକୁ
ପ୍ରଥମେ ଶିଖିତ
ଅନ୍ୟର ଭାଷାକୁ ଦେଖିବା ll
ଓଡ଼ିଆ ଭାଷାର
ଉନ୍ନତି ମନରେ
ସଭିଏଁ ଓଡ଼ିଆ ଶିଖିବା
ଓଡ଼ିଆ ଭାଷାରେ
ଦପ୍ତରେ ଦ୍ରବ୍ୟରେ
ସର୍ବତ୍ର ଓଡ଼ିଆ ଲେଖିବା ll
ସଭିଏଁ ପଢିବା
ସଭିଏଁ କହିବା
ସମସ୍ତେ ଲେଖିବା ଓଡ଼ିଆ
ଓଡ଼ିଆ ମହାନ
ଗର୍ବରେ କହିବା
ଆସହେ ସଭିଏଁ ଓଡ଼ିଆ ll
