STORYMIRROR

Anupama Sahu

Children

3  

Anupama Sahu

Children

ଅମୂଲ୍ୟ ରତନ

ଅମୂଲ୍ୟ ରତନ

1 min
182

ଟିକି ଟିକି ଯେତେ 

ସଜ ଫୁଟା ଫୁଲ

ଫୁଟିଛନ୍ତି ଦୁନିଆଁ ଅଗଣାରେ 

ତାଙ୍କ ମହକରେ 

ମହକେ ସଂସାର 

କିଏ ହେବ ତାଙ୍କ ସମତୁଲରେ। ୧।


ନାଲି ଓଠ ଧାରେ 

ଖିଲି ଖିଲି ହସ

ସରଗ ସୁୁୁଷମା ଝଲସେ ତହିଁ

ଅମୃୃତ ସନ୍ତାନ 

ଅମୂଲ୍ୟ ରତନ

କୂଟ କପଟ ତ ଜାଣନ୍ତି ନାହିଁ। ୨।


ପାଠ ସାଥେ ପୁଣି 

ନାଚି ଖେଳି କୁଦି 

ବିତିଯାଏ ତାଙ୍କ ସକଳ ଦିନ 

ପ୍ରଜାପତି ପରି 

ଉଡି ବୁୁୁଲୁଥାନ୍ତି 

ହର୍ଷମୟ ସଦା ତାଙ୍କରି ମନ।୩।


ଆଜି ସିନା କଢି 

କାଲି ଯେ ଫୁଟିବେ 

ସୁଗୁଣ ସୁବାସେ ଭରି ଦୁନିଆଁ 

ଦେଶ ଭବିଷ୍ୟତ 

ସେମାନେ ଗଢିବେ 

ରାହା ଦେଖେଇବାରେ ନୂଆ ନୂଆ। ୪।


ସଂସାରଟା ସିନା 

ସୁନ୍ଦର ଦିଶଇ 

କୁନି କୁନି ସବୁ ପିଲାଙ୍କ ପାଇଁ 

ଶିଶୁ ଶ୍ରେଷ୍ଠ ଧନ 

କରିିିବା ଯତନ 

ସେନେହରୁ ଉଣା କରିବା ନାହିଁ। ୫।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children