STORYMIRROR

Smruti Ranjan Tripathy

Tragedy

3  

Smruti Ranjan Tripathy

Tragedy

ଅନ୍ଧୁଣୀ

ଅନ୍ଧୁଣୀ

1 min
14.1K



ଦେଖିଚ କି କେବେ ସହସ୍ର ଲୋତକ ବିନ୍ଦୁରେ ଯୋଡ଼ା ସ୍ୱଚ୍ଛ ଧାରଟିଏ

କେମିତି ଡଙ୍କ ମୋଡ଼େ କେଉଁ ଅବୋଧର ପଥରୋଧରେ

କିଏ କହେ ତାକୁ ଜନ୍ମାନ୍ଧ ମମତାର ପଣତ ଧାରେ

ପୁଣି କେବେ ସେ ସମ୍ବର୍ଧିତା ଚକ୍ଷୁଶ୍ରବା କୋଉ ଲେଖନୀର ମଧୁର ସୃଷ୍ଟିରେ..


ସମାଜର ଆଖିଫେରା ନୀତିରେ ସେ ଠିକ ବୁଝିପାରେ

ବୁଭୁକ୍ଷୁ ଜନତାର ଅପସରି ଯାଉଥିବା ଆଖି ତଳର ଆଦ୍ର ଉଷ୍ମତାକୁ

ସ୍ନେହଆତୁର ବୈଦଗ୍ଧରେ ତା' ତନୁମନ ତ ପର୍ଯ୍ୟାପ୍ତ

ପୁଣି କାହିଁକି ବିଭିନ୍ନତା ବିଛିନ୍ନତାରେ ପୂତିଗନ୍ଧମୟ

ତା' ସୃଷ୍ଟିର ଜନ୍ମସ୍ଥାନ, ମନୁଷ୍ୟକୃତ ସୀମା ନିର୍ଧାରଣ.....


ସେ ଜାଣେ ଅସ୍ତରାଗର କେଉଁ ଔଦ୍ଧତ୍ୟ ପ୍ରହରରେ

ନିରୁଦ୍ଧିଷ୍ଟ ପରଜନ କେମିତି ଛଳନାରେ ନିଜର ହୁଅନ୍ତି

ଆତ୍ମୀୟଙ୍କ ବିୟୋଗ ବିଛେଦରେ....

ଦୁର୍ନୀତିର ମହାମାରୀ ରେ ଲିପ୍ତ ମାର୍କାମରା ବିଦ୍ୱାନଙ୍କ ଆଢୁଆଳରେ

ଆଖି ଥାଇ ବି ଗାନ୍ଧାରୀର ଯନ୍ତ୍ରଣା ଲଭୁଥିବା ଅସହାୟା ଧରିଣୀ

ନିରନ୍ତର ପାଲଟୁଥାଏ ସ୍ୱୟଂସିଦ୍ଧା " ଅନ୍ଧୁଣୀ "....


ଅନ୍ଧ ମହାଜନ ଆଇନାରେ ମୁଲ ସିନା ବୁଝିପାରିନା, ଅଥଚ ଶୁଣିପାରେ

ପକ୍ଷୀମାନଙ୍କ ତୁନିତୁନି ଭାଷା, ବ୍ୟଥା ବେଦନାର ଅଫୁରନ୍ତ ବାର୍ତ୍ତା

ନିଜକୁ ମାନବବାଦର ଉର୍ଦ୍ଧ୍ୱରେ ରହି ଶ୍ରେୟ ମଣୁଥିବା ମୁଖାପିନ୍ଧା ହିଂସୃକ

ଭାଗ ଭାଗ କରିବାକୁ ପଛାନ୍ତି ନାହିଁ ମାତୃତ୍ୱର ଅବିରତ ଅମୃତ ଧାରାକୁ

ଆଉ ସଜେଇଦିଅନ୍ତି ଅପହୃତ ସର୍ପର ଇତଃସ୍ତତଃ ଅଙ୍ଗ ଭଳି ଆଜୀବନ ବନ୍ଦିନୀ

ମମତାନ୍ଧରେ ଅହଃନିଶି ସୁମଙ୍ଗଳ ବାର୍ତ୍ତା ବାଂଟୁଥିବା " ଅନ୍ଧୁଣୀ "....


ସଦା ଚଳଚଂଚଳ ପୁଷ୍ପବନ ଆହତ ବି ହୁଏ କେଉଁ ଶବର ଭ୍ରମର କରାଘାତରେ

ନିଆଁରେ ଜଳିବା ନୂଆ ନହେଲେ ବି ଦହନ ଜ୍ଵାଳାରେ ସୃଷ୍ଟି କରୁଥାଏ ସେ

ଆତ୍ମା ଚିନ୍ତନର କୋମଳ କପୋତ କ୍ଷଣେ କ୍ଷଣେ, କିଏ କହେ ଧୃଷ୍ଟତା ଅଧିକାର ସାବ୍ୟସ୍ତର

କିନ୍ତୁ ସେ ତ ବାୟୂଦୂତ ପ୍ରବାସୀ ମନର, ମଧୁର ଆଶ୍ବାସନା ମାତୃପଣତର

ସେ ଏକ ବିବର୍ତ୍ତନ, ସୃଷ୍ଟି ପ୍ରତିଶୃତିର ଖୋଲା ଇସ୍ତାହାର....


ଚୋରାବାଲିରେ ପତିତ ମରୁଯାତ୍ରୀ ପରି ଯୁଝୁଥାଏ ଅହରହ

ଯୋଡିବାକୁ ଜରାଶ୍ରମ ବୃଦ୍ଧାଶ୍ରମ ପରି ଅଲୋଡା ଲିପିରେ ଆଉ ଏକ ଫର୍ଦ

ନିସ୍ତବ୍ଧ ସାଗରର ବରଫ ପାହାଡ ପରେ ନିତି ଅପେକ୍ଷାରତ

ଗାଇବାକୁ " ଅନ୍ଧୁଣୀ " ର ସତ୍ୟପାଠରେ ବିଲୟ ସଂଗୀତ .......


Rate this content
Log in

Similar oriya poem from Tragedy