ଅନ୍ଧକାର
ଅନ୍ଧକାର
ଚାରିଆଡ଼େ ଘୋଟି ଆସେ ଅନ୍ଧକାର
ସବୁଆଡ଼େ ଖାଲି ବିକଟ ଚିତ୍କାର ।
କେତେବେଳେ ଦାନା ପାଇଁ ଚିତ୍କାର ତ ପୁଣି
କେତେବେଳେ କନା ପାଇଁ ଚିତ୍କାର ।
ଜୀବନର ଗତିପଥ ବି ଅନ୍ଧକାର
ରାହା ଧରି କାନ୍ଦୁଥିବା ଶିଶୁଟିର
ଭବିଷ୍ୟତ ବି ଅନ୍ଧକାର ।
କରୋନା ରୂପୀ ରାକ୍ଷସ ରଚେ ମୃତ୍ୟୁର ତାଣ୍ଡବ
ପୋଛି ଦିଏ କେତେ ମଥାର ସିନ୍ଦୂର ତ ପୁଣି
ଛଡ଼ାଇ ନିଏ କାହା କୁଳ ବେଉଷଣ,
ଆଖି ଆଗରେ ଛିଡ଼ା କରାଏ
ଅନେକ ଅସମାହିତ ପ୍ରଶ୍ନ,
ଖାଲି ଅନ୍ଧକାର ହିଁ ଅନ୍ଧକାର ।
କରାେନା ଯମଦୂତ ସାଜି ଆସୁଛି ମାଡ଼ି,
ଘୋଟି ଆସିବ ଅମା ଅନ୍ଧକାର
ନିମିଷକେ ଚାଲିଯିବ କୋଟି କୋଟି ପ୍ରାଣ ।
ବାଜିବ ମୃତ୍ୟୁର ବିଗୁଲ୍
ଭାଙ୍ଗି ଯିବ ସବୁ ଗର୍ବ ଆଉ ଅହଙ୍କାର,
ଥିବ କେବଳ ଅନ୍ଧକାର ହିଁ ଅନ୍ଧକାର ।