STORYMIRROR

Amit Bal

Drama Tragedy Action

3  

Amit Bal

Drama Tragedy Action

ଅନ୍ଧାରରୁ ଆହୁରି ଅନ୍ଧାର

ଅନ୍ଧାରରୁ ଆହୁରି ଅନ୍ଧାର

1 min
211

ନିଜେ ହିଁ ନିଜକୁ ଦରାଣ୍ତୁଛି ଏବେ

ସୂଦୂର ଆକାଶର ଏକଲାପଣରେ

ଲୋଡା ଅଲୋଡାର ସୂର୍ଯ୍ୟାସ୍ତ ମଧ୍ୟରେ

ଦିନ ଦ୍ବିପହର ଏବେ ମୋ ପାଇଁ ରାତି

ତେଣୁ ଯେଉଁଠି ବି ମୋତେ ଫିଙ୍ଗି ଦେଇପାର

ଆଉ ଦଂଶୁ ନାହିଁ ଅବ୍ୟକ୍ତ ଦହନ

ଭାରି କରୁ ନାହିଁ ସ୍ମୃତି ଏ ଦେହ ମନକୁ

ଜୀବନର ରଙ୍ଗ ଥରେ ଫିକା ହେଲାପରେ

ଲାଭ କ'ଣ କୁହ ଦୋଷ ଦେଇ ଆଉ କାହାକୁ

ଏମିତି ବି ବାସ୍ତବ ଅବାସ୍ତବର ବୀଜଗଣିତ

ମୋ ଲାଗି ସବୂଦିନେ ହିଁ ବଡ଼ ଜଟିଳ

କେତେ କଣ ବୁଝିଲା ପରେ ମଧ୍ୟ

ଆଜି ଯାଏଁ ପାଇଲିନି ତା'ର ଥଳକୂଳ

ଫୁଲର ବୃନ୍ତରୁ ପାଖୁଡ଼ାଟେ ଖସିଗଲେ

କିଛି ଯିବ ନାହିଁ ବୃକ୍ଷର

ଜାଣିଛି ପବନ ଢାଙ୍କି ଦେବ ତାକୁ 

କେତେ କ'ଣ ଦେଇ ଶେଷ ଥର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama