ଅନ୍ଧାରରୁ ଆହୁରି ଅନ୍ଧାର
ଅନ୍ଧାରରୁ ଆହୁରି ଅନ୍ଧାର
ନିଜେ ହିଁ ନିଜକୁ ଦରାଣ୍ତୁଛି ଏବେ
ସୂଦୂର ଆକାଶର ଏକଲାପଣରେ
ଲୋଡା ଅଲୋଡାର ସୂର୍ଯ୍ୟାସ୍ତ ମଧ୍ୟରେ
ଦିନ ଦ୍ବିପହର ଏବେ ମୋ ପାଇଁ ରାତି
ତେଣୁ ଯେଉଁଠି ବି ମୋତେ ଫିଙ୍ଗି ଦେଇପାର
ଆଉ ଦଂଶୁ ନାହିଁ ଅବ୍ୟକ୍ତ ଦହନ
ଭାରି କରୁ ନାହିଁ ସ୍ମୃତି ଏ ଦେହ ମନକୁ
ଜୀବନର ରଙ୍ଗ ଥରେ ଫିକା ହେଲାପରେ
ଲାଭ କ'ଣ କୁହ ଦୋଷ ଦେଇ ଆଉ କାହାକୁ
ଏମିତି ବି ବାସ୍ତବ ଅବାସ୍ତବର ବୀଜଗଣିତ
ମୋ ଲାଗି ସବୂଦିନେ ହିଁ ବଡ଼ ଜଟିଳ
କେତେ କଣ ବୁଝିଲା ପରେ ମଧ୍ୟ
ଆଜି ଯାଏଁ ପାଇଲିନି ତା'ର ଥଳକୂଳ
ଫୁଲର ବୃନ୍ତରୁ ପାଖୁଡ଼ାଟେ ଖସିଗଲେ
କିଛି ଯିବ ନାହିଁ ବୃକ୍ଷର
ଜାଣିଛି ପବନ ଢାଙ୍କି ଦେବ ତାକୁ
କେତେ କ'ଣ ଦେଇ ଶେଷ ଥର ।