STORYMIRROR

JitendraNath Gahir

Tragedy

3  

JitendraNath Gahir

Tragedy

ଅନାବିଳ ବନ୍ଧୁତ୍ବ

ଅନାବିଳ ବନ୍ଧୁତ୍ବ

1 min
12.9K


କୁଆଡ଼େ ହେ ଚାଲିଗଲ ବନ୍ଧୁ

ଖୋଜ ଖବର ବି ନାହିଁ,

ଗାଁ ବରଗଛ ଅନେଇ ରହିଛି

ତୁମ ଫେରିବା ବାଟକୁ ଚାହିଁ।

ପିଲା ଦିନେ ଦୁହେଁ ଏଇ ଗଛ ମୂଳେ

କରୁଥିଲେ କେତେ ମଜା,

ସାଙ୍ଗ ସାଥି ମେଳେ ଦିନ ଯାକ ଏଠି

ଖେଳୁଥିଲେ ମନ୍ତ୍ରୀ ରଜା।

ଗଛରେ ଚଢିବା ଗଛରେ ଝୁଲିବା

ଗୀତ ଗାଇ ଗାଇ ନାଚିବା,

କାହାକୁ କନ୍ଦେଇ କାହାକୁ ଚିଡେଇ

ମା’ ଠାରୁ ଗାଲି ଖାଇବା ।

ଗଛ ପାଖେ ଗଲେ ଏଇ ସବୁ କଥା

ମନେ ପଡେ ମୋର ବେଶି

ଆଗ ପରି ଆଉ ଗଛ ଖେଳୁ ନାହି

ଲାଗୁଛି ସିଏବି ଯାଇଛି ରୁଷି ।

ମୋ ସହ ଆଉ କଥା ହେଉ ନାହିଁ

ଚୁପ୍ ଚାପ୍ ବେଶି ରହୁଛି,

ନିତି ଦୁଇ ଥର ଗଛ ମୂଳେ ଯାଇ

ମନ ମାରି ଫେରି ଆସୁଛି ।

ଶେଷ ଥର ପାଇଁ ଆସ ବନ୍ଧୁ ଥରେ

ଦୁହେଁ ଯାଇ ଭେଟି ଆସିବା,

ତୁମକୁ ଦେଖିକି ଯଦି ବୁଝି ଯାଏ

ପିଲା ଦିନ ଫେରି ପାଇବା ।

ଜିତେନ୍ଦ୍ର ନାଥ ଗହିର, ନୂଆପଡ଼ା


Rate this content
Log in

Similar oriya poem from Tragedy