STORYMIRROR

Samita Swain

Classics

3  

Samita Swain

Classics

ଅମୃତର ତତ୍ତ୍ବ

ଅମୃତର ତତ୍ତ୍ବ

1 min
145


ତ୍ରିରଙ୍ଗାର ନେତ ତିନିରଙ୍ଗ ତତ୍ତ୍ବ 

   ମୈତ୍ରୀର ମନ୍ତ୍ର ଗାଇ

ବିବିଧତା ମଧ୍ୟେ ଏକତା ସୂଚାଇ 

   ଉଡେ ଫରଫର ହୋଇ।।


ସବୁଜ ସଙ୍କେତ ଧରା ସୁଶୋଭିତ

    ଝଙ୍କୃତ  ବନଭୂଇଁ

ଅଭାବ ନରହୁ ଖାଦ୍ୟ ଆଉ ଶସ୍ଯ

  କେବେ ହେଲେ କାହାପାଇଁ।।


ଶ୍ବେତ ରଙ୍ଗ ସଦା ଶୁଦ୍ଧ ଓ ପବିତ୍ର 

   ସତ୍ଯ, ଶାନ୍ତି ସମାହିତ 

 ସଦାଚାର ସହ ସ୍ଥିରତା ଆଚରି

   ଜୀବନେ ଥାଏ ଜଡିତ।।


ତା ମଧ୍ଯରେ ଥିବା ଚକ୍ରଟି ସୂଚାଏ

   ଜୀବନର ଅଗ୍ରଗତି

ଚବିଶଟି ପହି ଚବିଶ ପ୍ରହର 

  ଗଡିଚାଲେ ଦିନରାତି।।


ନାରଙ୍ଗୀର ରଙ୍ଗ ଉତ୍କର୍ଷର ମଙ୍ଗ 

   ଆଭିମୁଖ୍ଯ  ପ୍ରଗତିର

ବୀରତ୍ବର ଶୌର୍ଯ୍ୟ ଭରସାର ଧୈର୍ଯ୍ଯ 

  ବାର୍ତ୍ତା ବାଣ୍ଟେ ସଂପ୍ରୀତିର ।।


ତ୍ରିରଙ୍ଗା ମହତ୍ତ୍ବ ଅମୃତର ତତ୍ତ୍ବ

  ସମାନତା ,ଅର୍ଥ ,ନୀତି

ସ୍ବାସ୍ଥ୍ୟ,ସେବା,ଶାନ୍ତି,ଦୟା, କ୍ଷମା ,ପ୍ରୀତି

  ଗାଏ ସଦା ଜୟଗୀତି।।


ଘରେ ଘରେ ଉଡେ ଜାତୀୟ ପତାକା

    ସ୍ଵାଧୀନ ସନ୍ତକ ହୋଇ 

ପଞ୍ଚସ୍ତରୀ ତମ ଅମୃତ ଉତ୍ସବ

   ବୈଭବର ବାର୍ତ୍ତା ବହି।।


ପ୍ରଣାମ ଘେନ ହେ ପରମବୀର

   ଗର୍ବ ଗଉରବ ଆମ

 ତୁମରି ତ୍ଯାଗର ଆତ୍ମ ବଳିଦାନ

   ଆଜି ବନ୍ଦେ ମାତରମ।।



Rate this content
Log in

Similar oriya poem from Classics