STORYMIRROR

Bunee Tripathy

Romance

3  

Bunee Tripathy

Romance

ଅମର ପ୍ରେମ

ଅମର ପ୍ରେମ

1 min
144


ରାଇ ବିନା କାହ୍ନା ନୁହଁଇ ଚିହ୍ନିତ

   ଏକୁ ଆରେକ ଅଟନ୍ତି

ଦୁଇଟି ଜୀବନ ଗୋଟିଏ ବନ୍ଧନ

  କୁଞ୍ଜବନେ ହଜିଯା'ନ୍ତି।


ଶାଶ୍ବତ ପ୍ରେମର ସେହି ଗୀତି ସ୍ବର

  ଆଜିବି ଯମୁନା କହେ

ଆବିଳତା ହୀନ ପ୍ରେମର ମିଳନ

   ଯୁଗେଯୁଗେ ଖ୍ଯାତ ହୁଏ।


ରାଇର ଗୁମାନ ଭାଙ୍ଗେ ଅଭିମାନ

   କାହ୍ନାର ବଇଁଶୀ ସୁର

କାହ୍ନାର ପ୍ରେୟସୀ ବୃଷଭାନୁ ସୁତା

   ଜୀବନର ଏକଡୋର।


ରାଧାରାଣୀ ଆଜି ଅଡି ବସିଛିତ

  ହଜିବ ବଇଁଶୀ ସୁରେ

କାହ୍ନାର ବାଁସୁରୀ ରାଇର ପରାଣ

   ମିଳନର ତାଳେତାଳେ।


କାହ୍ନା ଅଟେ ପରା ରାତ୍ରିର ଅନ୍ଧାର

   ରାଇ ଦିନର ଆଲୋକ

ଦିବସ ରଜନୀ ଏକ ହୋଇଗଲେ

    ଦେଖିବ ଧରା ଚମକ।


ରାଇ ଆଦ୍ଯବିନ୍ଦୁ କାହ୍ନା ପ୍ରାନ୍ତ ବିନ୍ଦୁ

   ଟଣା ଏଠି ପ୍ରେମଗାର

ସେଥିପାଇଁ ପରା ଅଝଟ ରାଧିକା

   କଳଙ୍କିନୀ ଆଖ୍ୟା ତାର।


ଯମୁନା କୁଳରେ କଦମ୍ବ ମୂଳରେ

   ପ୍ରୀତିର ଗାଏ ମହ୍ଲାର

ସେ ନୀଳନୟନା ପାଗଳିନୀ ସାଜେ

   ଶ୍ୟାମ କୋଳେ ଏକାକାର।


କଦମ୍ବ ମୂଳରେ କାହ୍ନା ବସିଅଛି

   ରାଇକୁ କରି ଅପେକ୍ଷା

କଦମ୍ବ ହସୁଛି କାହ୍ନାର ପରଶେ

    ଭାଗ୍ୟବାନ ଅଟେ ଏକା।


ରା'ସ କରୁଛନ୍ତି ତା ମୂଳରେ କାହ୍ନା

   ଆଉକି ଲୋଡା କାହାରେ

ନର ରୂପି କାହ୍ନା ବୈକୁଣ୍ଠ ବିହାରୀ

   ଲକ୍ଷ୍ମୀ ସଙ୍ଗେ କେଳିକରେ।


ରାଇଦାମୋଦର ପ୍ରଣୟ ଗୀତରେ

   ଖୁସି ହୋନ୍ତି ଚଉପାଶ

ପ୍ରେମତ ଅଟଇ ଚିର ସବୁଜ ତ

   ନଥାଏ ତ ଅବଶୋଷ।


ଯୁଗଯୁଗ ପାଇଁ ରାଇ ଦାମୋଦର

   ନୁହନ୍ତି ତ ଛଡାଛଡି

କାହ୍ନାର ପାଶରେ ରାଧାର ମୂରତୀ

   ଏକୁ ଆରେକ ଯୋଡି।


ଅମର ପ୍ରେମର ଆଲେଖ୍ୟ ବହନ

   କରିଥାଏ ବେଦ ଶାସ୍ତ୍ର

ସମ୍ପର୍କର ସେତୁ ନିବିଡ଼ ବନ୍ଧନ

   ଦର୍ଶନଭିଳାସି ମାତ୍ର।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance