ଅଳପ କଳ୍ପନା ତୁମେ ଅଳପ ସତ
ଅଳପ କଳ୍ପନା ତୁମେ ଅଳପ ସତ
ଅଳପ କଳ୍ପନା ତୁମେ ଅଳପ ସତ ,
ମୋ ମଲାଜହ୍ନ ଉପନ୍ୟାସେ ତୁମେ ସତୀ ପୁଣି ମୁଁ ଯେ ନାଥ,
ଆଶା କରିଛି ତୁମେ ଫେରିବ ନିଶ୍ଚିତ,
ଜଳିବାକୁ ପ୍ରେମର ପ୍ରଦୀପ ଫେରିଲ ତୁମେ ଆଜି ବାସ୍ତବେ ମୁଁ ସତୀର ନାଥ ।। ୧
କେତେ ଦେଖିଥିଲି ମୁଁ ସୁନେଲି ଭବିଷ୍ୟତ ,
ଆଜି ସେ ଝରା ଶ୍ରାବଣ ରାତି ହୋଇଛି ଅତୀତ ,
ଆଜି ତୁମ ଉପସ୍ଥିତି ଆଣିଛି ନିଦାଘେ ବସନ୍ତ ,
ଆଜି ତୁମେ ମୋ ପାଇଁ ଆଦି ଓ ଅନ୍ତ ।। ୨
ମୋ ପ୍ରତି କ୍ଷଣେ ହୋଇ ଗୁଞ୍ଜରିତ ,
ସୁରର ରାଗିଣୀ ହୋଇ ଗାଅ ପ୍ରଣୟର ଗୀତ ,
ଭାବନା ବର୍ଷାରେ ଭିଜି ଭଗ୍ନମନ ହୁଏ ପୁଲକିତ ,
ପୁନେଇଁ ଇନ୍ଦୁ ହୋଇ ଢାଳି ଜ୍ୟୋସ୍ନା କରିଦିଅ ରଜନୀ ଆଲୋକିତ ।। ୩
ମୁଁ ଅମାନିଆ ଜୁଆରକୁ ତୁମେ ପୁନେଇ ଅମାବାସ୍ୟା ଏ ତ ସତ ,
ପାହାନ୍ତି ରାତିର ସ୍ୱଳ୍ପ ସ୍ୱପ୍ନର ତୁମେ ମଲ୍ହାରଟେ ତ ,
ତୁମ ଉପସ୍ଥିତିରେ ଭଲ ଲାଗେ ସହିବାକୁ ଖରା ବର୍ଷା ପୁଣି ଶୀତ ,
ପୁଣି ତୁମ ଅନୁପସ୍ଥିତି କରେ ମୋତେ ଧୂଳି ଧୁସରୀତ ।। ୪
ମୋ ହୃଦୟ କାନ୍ଥରେ ଯେ ତୁମ ଛବି ଯେ ଖୋଦିତ ,
ମୁଁ ଯେ ଅବାସ୍ତବ ତୁମ ବିନା ନାହିଁ ମୋ ଅସ୍ତିତ୍ଵ ,
ମୁଁ ଜୀବନ ନୌକା ହେଲେ ତୁମେ ଯେ ତାର କାତ ,
ମୁଁ ତୁମ ନାୟକ ମନର ମିତ ଓ ତୁମେ ନୁହଁ ଅଳ୍ପ କଳ୍ପନା ତୁମେ ତ ସମ୍ପୂର୍ଣ୍ଣ ସତ ।। ୫

