ଅଳ୍ପ ଅଳ୍ପରେ
ଅଳ୍ପ ଅଳ୍ପରେ
ଅଳ୍ପ ଅଳ୍ପରେ ଲେଖୁଛି ଗଳ୍ପ
ତୋ ନୀରବତାର କାରଣ ଭାବି
କହି ହଉନି କି ସହି ବି ହଉନି
ଉପହାସ କରେ ମୋ ନିଜ ଛବି
ଅଳ୍ପ ଅଳ୍ପରେ ଲେଖୁଛି ଗଳ୍ପ
ମନର ଅବୁଝା ଭାଷାକୁ ବୁଝି
ବଞ୍ଚି ହଉନି କି ମରି ବି ହଉନି
ସମୟ ହାତରେ ଖେଳନା ସାଜି
ଅଳ୍ପ ଅଳ୍ପରେ ଲେଖୁଛି ଗଳ୍ପ
ପ୍ରେମର ଅଦେଖା ନିଆଁରେ ଜଳି
ଗଳ୍ପର ଶେଷ କେମିତି ବା ହବ
ଲେଖିବା ଆଗରୁ ହିଁହିଁ.. .
କମ୍ ପଡୁଛି କଲମ କାଳୀ... ।