STORYMIRROR

Purnima Prusty

Tragedy Classics Others

3  

Purnima Prusty

Tragedy Classics Others

ଅଳ୍ପ ଅଳ୍ପରେ

ଅଳ୍ପ ଅଳ୍ପରେ

1 min
28

ଅଳ୍ପ ଅଳ୍ପରେ ଲେଖୁଛି ଗଳ୍ପ

ତୋ ନୀରବତାର କାରଣ ଭାବି

କହି ହଉନି କି ସହି ବି ହଉନି

ଉପହାସ କରେ ମୋ ନିଜ ଛବି


ଅଳ୍ପ ଅଳ୍ପରେ ଲେଖୁଛି ଗଳ୍ପ

ମନର ଅବୁଝା ଭାଷାକୁ ବୁଝି

ବଞ୍ଚି ହଉନି କି ମରି ବି ହଉନି

ସମୟ ହାତରେ ଖେଳନା ସାଜି


ଅଳ୍ପ ଅଳ୍ପରେ ଲେଖୁଛି ଗଳ୍ପ

ପ୍ରେମର ଅଦେଖା ନିଆଁରେ ଜଳି

ଗଳ୍ପର ଶେଷ କେମିତି ବା ହବ

ଲେଖିବା ଆଗରୁ ହିଁହିଁ.. .

କମ୍ ପଡୁଛି କଲମ କାଳୀ... ।


Rate this content
Log in

Similar oriya poem from Tragedy