STORYMIRROR

Dr Baman Chandra Dixit

Tragedy Others

3  

Dr Baman Chandra Dixit

Tragedy Others

ଅଜଣା ମଣିଷ

ଅଜଣା ମଣିଷ

1 min
183


ଆଜି ଭାବୁଛି ବସି ମୁଁ ଏକା ଏକା,

ମୁଁ କିଏ ମୋ ଠିକଣା କେଉଁ ଜାଗା?

ସେ ପଟେ ଜୀବନ ଏ ପଟେ ଜଞ୍ଜାଳ

ଅଜଣା ମଣିଷଟିଏ ମୁଁ ସବୁ ଜାଗା।।


ପଛ କରି ଠିଆ ହୋଇ ଥିଲି ଯେବେ,

କିଛି ସତ ବି ମିଛ ରେ ମିଶି ଗଲା ।

ଛନ ଛନ ମନ ବ୍ୟାକୁଳ ନୟନ,

ବେନି କୂଳ ହରା ମଝି ଧାର ହେଲା ।

ଏବେ ବି ମାପୁଛି ହତାଶ ଦୃଷ୍ଟି ରେ

କିଏ ଦୂରେ କିଏ କେତେ ପାଶେ ଅବା।।


ସଞ୍ଜ ହେଲାଣି ତଥାପି ସଜ ହୋଇ,

ଠିଆ ହୋଇଛି ଆଲୋକ ଆଶା ଘେନି।

ଏକ ମୁହୂର୍ତ୍ତ ର ତୃପ୍ତି ଢାଳି ଦେବ,

ପ୍ରତୀକ୍ଷା ରତ ପ୍ରତିଚୀ ସୀମନ୍ତିନୀ।

ଅସ୍ତ ହେବା ଆଗୁ ତ୍ରସ୍ତ ଜୀବନ ଟା,

ଉଇଁ ଚେଇଁବ ଚମକ ଚାନ୍ଦ ଆଭା।।


ଲୁହ ଦୁଇ ଟୋପା ବହି ଗଲା ପରେ,

ମନ ତଳ ଟା ହାଲୁକା ହୋଇ ଯାଏ।

ଲହୁ ଝରି ଝରି ସରି ଗଲା ପରେ,

ଘାଆ ଶୁଖି ଯାଏ ଚିହ୍ନ ରହି ଯାଏ।

ଠିପି ଖୋଲି ଦେଲେ ମଲମ ଡିବାର,

ଘାରି ହୁଏ ଘାଆ ଶୁଖି ସାରି ଥିବା।।


କିଛି ମୁହୂର୍ତ୍ତ କୁ ଜାକି ଧରି ଥିଲି,

ସ୍ମୃତି ବୁଜୁଳି ରେ ଗଣ୍ଠି ବାନ୍ଧି ଆଣ୍ଟେ।

ହଜି ଗଲା କେମିତି ସେ ସମୟ ବି,

ଉଡ଼ି ଗଲା ଏଡ଼ି ମାୟା ମୋହ ଯେତେ।

ଦୂର ଆକାଶକୁ ନିରେଖି ଦେଖୁଛି,

ଅସ୍ତ ଅରୁଣ କରୁଣ ରକ୍ତ ଆଭା।।


ଆଜି ଭାବୁଛି ବସି ମୁଁ ଏକା ଏକା,

ମୁଁ କିଏ ମୋ ଠିକଣା କେଉଁ ଜାଗା।।



Rate this content
Log in

Similar oriya poem from Tragedy