STORYMIRROR

Satyabati Swain

Tragedy

3  

Satyabati Swain

Tragedy

ମୋନା ଲୋ

ମୋନା ଲୋ

1 min
340

ଶୁନ୍ ଶାନ୍ ରାତି

ଶୁନ୍ ଶାନ୍ ମନ

ତୁ ଏତେ ନିଷ୍ଠୁର କେମିତି ହେଲୁ

କହ ଲୋ ଜହ୍ନ ।


ତୋତେ ଝୁରି ଝୁରି

କି ହେଲା ମୋ ଶିରୀ

"ମୋନା ଲୋ" ତୁ ଏଡିକି କପଟୀ ଝିଅ

ହୃଦୟକୁ ପଥର କରି ମୋତେ ଶବ ଦେଲୁ କରି ।


ଭୁଲିବି ଚାହୁଁଛି ତୋତେ

ଭାବୁଛି ଯେତେ ଯେତେ

ଅଧିକ ମନ ପଡି ମୋତେ ପୋଡି

ବିଦଗ୍ଧ ନିଆଁରେ ଜାଳୁଛୁ ସେତେ ସେତେ।


କେତେ କଥା ଥିଲା

ପାଣି ଗାର ହେଲା

ସବୁ ଭୁଲି ଯାଇ ନୂଆ ବାଟେ ଚାଲିବାକୁ

କେମିତି ତୋ ମନ କହିଲା ।


ମାଟି କରିଦେଲୁ

ବଞ୍ଚି ଥାଉ ମାରିଲୁ

ସତ କହ ଠାକୁର ଦ୍ୱାହି ଦେଇ ମୋନା

ମୋତେ ତୁ ଭୁଲି ପାରିଲୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy