ମୋନା ଲୋ
ମୋନା ଲୋ
ଶୁନ୍ ଶାନ୍ ରାତି
ଶୁନ୍ ଶାନ୍ ମନ
ତୁ ଏତେ ନିଷ୍ଠୁର କେମିତି ହେଲୁ
କହ ଲୋ ଜହ୍ନ ।
ତୋତେ ଝୁରି ଝୁରି
କି ହେଲା ମୋ ଶିରୀ
"ମୋନା ଲୋ" ତୁ ଏଡିକି କପଟୀ ଝିଅ
ହୃଦୟକୁ ପଥର କରି ମୋତେ ଶବ ଦେଲୁ କରି ।
ଭୁଲିବି ଚାହୁଁଛି ତୋତେ
ଭାବୁଛି ଯେତେ ଯେତେ
ଅଧିକ ମନ ପଡି ମୋତେ ପୋଡି
ବିଦଗ୍ଧ ନିଆଁରେ ଜାଳୁଛୁ ସେତେ ସେତେ।
କେତେ କଥା ଥିଲା
ପାଣି ଗାର ହେଲା
ସବୁ ଭୁଲି ଯାଇ ନୂଆ ବାଟେ ଚାଲିବାକୁ
କେମିତି ତୋ ମନ କହିଲା ।
ମାଟି କରିଦେଲୁ
ବଞ୍ଚି ଥାଉ ମାରିଲୁ
ସତ କହ ଠାକୁର ଦ୍ୱାହି ଦେଇ ମୋନା
ମୋତେ ତୁ ଭୁଲି ପାରିଲୁ ।