STORYMIRROR

Satyabati Swain

Tragedy

3  

Satyabati Swain

Tragedy

ତୁ ଗଲା ପରେ

ତୁ ଗଲା ପରେ

1 min
345

ତୁ କଣ ହଜିବା ଚିଜ ହେଇଛୁ କି ?

ମୁଁ ହଜେଇ ଦେବି

ଆଉ ତୁ ହଜିଯିବୁ ।


ତୁ କେଉଁଠୁ ହଜିବୁ ?

ଏଇ ଛାତିରୁ

ଏଇ ମନରୁ

ମୋ ଭାବନାରୁ

ନା ମୋ ଜୀବନରୁ ?


ଦେଖୁନୁ ତୁ 

ବାଟ ଭାଙ୍ଗି ଚାଲି ଗଲା ପରେ ବି

ମୋ ଡାଇରୀ ପୃଷ୍ଠା ସିନା ସରୁଛି

କିନ୍ତୁ

ତୋ ପାଇଁ ଲେଖା କବିତା ସରୁନି

ତୁ କଣ ମୋ ଶବ୍ଦରୁ ହଜି ଯିବୁ ?


ନାଇଁ ଲୋ ତୁ ମୋର ମନେ ରହିବୁ

ମଲା ଯାଏ

ଆଖି ବୁଜି ତୋତେ ଭାବିଲେ

ତୋ ନିଃଶ୍ବାସ

ତୋ ସ୍ପର୍ଶ

ସବୁ ମୋ ଦେହରେ ବାଜିବ

ମୋତେ ମିଠା ଦରଜ ଦେବ

ଅସୁସ୍ଥ କରିବ

ତୋ ମୁହଁ ମୋ ବୁଜା ଆଖି ତଳେ ନାଚିବ।


ଯେଉଁ ଦିନ ଏ ଶିବ ତୋର

ଶବ ହେବ

ମୋରି କୋକେଇରେ 

ତୋତେ ମୋ ସହିତ ମାଶାଣୀ କୁ ନେବି

ମୋ ଭିତରେ ଥାଇ

ଯୁଇ କାଠ ଉପରେ ପଡିଗଲା ବେଳେ

ତୋତେ ମୁକ୍ତ କରିଦେବି

ତୋତେ କଣ ମୁଁ ପୋଡିବକୁ ଦେବି !

ନିଜେ ଜୀବନ ସାରା ପୋଡି ପୋଡି ମଲି

କିନ୍ତୁ କହ

ତୋତେ କେବେ ପଡିଛି

ଜାଳିଛି!!।


ତୁ ଗଲା ପରେ ମୋତେ ଛାଡ଼ି

ମୁଁ ତିଳେ ତିଳେ ଜଳିଛି ଲୋ ଆଭା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy