ଅଦୃଶ୍ୟ ପ୍ରତିମା
ଅଦୃଶ୍ୟ ପ୍ରତିମା
ଅଦୃଶ୍ୟ ପ୍ରତିମା ପ୍ରେମର ସାଗର
କରିନାହୁଁ କେବେ ଊଣା
କେଉଁଠିକି ଯାଇ କିପରି ରହିଲୁ
ଏବେ ନାହିଁ ଆମେ ଜଣା।
ଦିନ ପରେ ଦିନ ବର୍ଷ ସରିଯାଏ
ହୋଇଲା ସାତ ବରଷ
ଶ୍ରାଦ୍ଧ ଦିବସଟା ଯେବେ ଆସିଯାଏ
ମନ ଦିଏନି ହରଷ।
ରଖିଥିଲୁ ଆମେ ପ୍ରେମରେ ତୋହର
ପଣତ କାନିରେ ବାନ୍ଧି
ଛାଡ଼ି ଗଲୁ ଆଜି ଏ ମହି ମଣ୍ଡଳୁ
ଦିନ ଯାଏ କେବେ କାନ୍ଦି।
ଶୁଭୁ ନାହିଁ ତୋର ଆଜି ଗେଲ୍ହା ଡାକ
ମଉଳି ଯାଉଛି ମନ
ତୁ ଥିଲେ ପାଖରେ ଅଭାବ ନଥାଏ
ଦେଖିବା ସାତ ସପନ।
ରଖିଛି ତୋହର କଉଡ଼ି ଦାନକୁ
ରୁମାଲେ ଥିଲୁ ତୁ ବାନ୍ଧି
ଛୋଟ ଆଲବମ ସେମିତି ରହିଛି
ରଖିଥିଲୁ ଯେଉଁ କନ୍ଦି।
କାନ ଫୁଲ ତୋର ସାଇତି ରଖିଛି
ଦେଇଥିଲା ମୋତେ ଜ୍ଞାନ
ସରଗରେ ଚାନ୍ଦ କେବେ ତୁ ପିନ୍ଧିବୁ
ଦେଖୁଛି କେତେ ସପନ।
ଶ୍ରାଦ୍ଧ ଦିବସରେ କରୁଛି ନମନ
ଦେଇ ତୋତେ ଶ୍ରଦ୍ଧାଞ୍ଜଳି
ଆଶିଷ ଦେଇଦେ ସନ୍ତାନେ ତୋହର
ଆଜି ଛାଡୁଛୁ ବୋବାଳି।।