STORYMIRROR

Anjana Naik,Anju..Deogarh

Classics Thriller

3  

Anjana Naik,Anju..Deogarh

Classics Thriller

ବିଶ୍ବାସ

ବିଶ୍ବାସ

1 min
191

ଏଇ ଆକାଶ ତଳେ 

ବିଶ୍ଵାସ ଶସ୍ତା ମିଳେ ବୋଲି

ବିଶ୍ବାସଘାତକ ବି ମାଳ ମାଳ ମିଳନ୍ତି 

ମହଙ୍ଗା ହୁଏନି କେବେ ମନ କି ହୃଦୟ 

ବାସ୍ ଗୋଟେ ମୁହୁର୍ତ୍ତରେ ହିଁ

ମନକୁ ଗୋଟେ ରଫ୍ ଖାତା ଭାବି

ଯାହା ଇଚ୍ଛା ତାହା ଲେଖିଚ଼ାଲନ୍ତି 

ହୃଦୟକୁ ସେମିତି ୟୁଜ ଏଣ୍ଡ ଥ୍ରୋ ଭାବି

କାହାରି ନା କାହାରି ନିଶ୍ଚିତ ଭାଙ୍ଗିଦିଅନ୍ତି

ଆଉ ସମୟୋପଯୋଗୀ ବ୍ୟବହାର କରି

ଫିଙ୍ଗି ଦିଅନ୍ତି ବିଚ୍ ବଜାରରେ ।


ପ୍ରତ୍ୟେକ ଖଣ୍ଡକୁ ଗୋଟେଇ ମୁଁ 

ମୋ ମନ ତଳେ କବର ଦିଏ 

ଗୋଟେ ନମ୍ବର ବଢ଼େଇ ଦିଏ 

ତେବେ ତାଙ୍କର ହିସାବ ଖାତାରେ 

ସମସ୍ତଙ୍କ ଅଗୋଚ଼ରରେ ।


ମନ୍ଥନ କରିବାପରେ ଜାଣିଲି 

କେତେ ଯେ ମଧୁର ସ୍ମୃତି ରହିଛି

ସେଇ ଖଣ୍ଡ ବିଖଣ୍ଡିତ ହୃଦୟ ମାନଙ୍କର 

ତାହା ଗୋଟି ଗୋଟି କରି ବାଛି

ମୁଁ ବେଳ ହେଲେ ନିଶ୍ଚୟ ପଠେଇ ଦେବି

ସେଇ ବିଶ୍ବାସଘାତକଙ୍କ ଠିକଣାରେ

ସେମାନଙ୍କ ପୁନଃ ସ୍ମୃତି ଉଦ୍ଦେଶ୍ୟରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics